jayashree

ଗଞ୍ଜାମରେ ପାର୍ବଣ ପୂର୍ବରୁ ଫୁଟିଲା ଗୁଳି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ସରାବାଡ଼ି ଗ୍ରାମରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସରାବାଡି ଗ୍ରାମର ଯୋଡ଼ାବନ୍ଧ ଛକ ନିକଟରେ ଗୋଟିଏ ବାଇକରେ ୩ ଜଣ ଯୁବକ ଆସି ଉକ୍ତ ଗ୍ରାମର ୩୦ ବର୍ଷୀୟ ଯୁବକ ଜୟସେନ ପ୍ରଧାନଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଜୟସେନଙ୍କ ପେଟ ଓ ପିଠିରେ ୨ଟି ଗୁଳି ବାଜିଥିବାବେଳେ ଗୁରୁତର ଜୟସେନଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟ ପକ୍ଷରେ ପୋଲିସ ତରଫରୁ ତନାଘନା ଆରମ୍ଭ କରାଯାଇଛି ।

Leave A Reply

Your email address will not be published.