
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ପ୍ରଶାସନକୁ ମିଳିଛି ଏକ ବଡ ସଫଳତା । ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ନୂଆଗାଁ ସେତୁ ନିକଟରେ ସନ୍ଦେହ ଆଧାରରେ ଏକ ପିକ୍ଅପ୍ ଭ୍ୟାନ୍କୁ ଅଟକାଇ ସେଥିରେ ମହଜୁଦ ଥିବା ୬୬ଟି ଜରି ବସ୍ତାରେ ପାଖାପାଖି ୩୩ ହଜାର ଲିଟର ନକଲି ମଦ ଜବତ କରିଥିବା ସୂଚନା ମିଳିଛି । ଏହି ଘଟଣାରେ ଚାରି ଜଣ ଗିରଫ ହୋଇଥିବା ବେଳେ ସେଥିମଧ୍ୟରୁ ଦୁଇ ଜଣ ବିହାରୀ ଯୁବକ ଅଛନ୍ତି । ତେବେ ଏହି ନକଲି ମଦ କାରବାରରେ ସମ୍ପୃକ୍ତ ଗୋଟିଏ ଅଲ୍ଟୋ କାରକୁ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡ଼ିଛି ।