jayashree

ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

  • “ନାଟକ ଚେତା ପସଲା ପରିବେଷଣ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସଭାପତିତ୍ୱରେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଛାତ୍ରୀମାନଙ୍କୁ ସଚେତନ କରିବା ସହ ଜରୁରୀ ସମୟରେ ଆତ୍ମବିଶ୍ୱାସର ସହିତ ମାନବିକ ସହାୟତା ପ୍ରଦାନ କରିବାର ଦକ୍ଷତା ବିକାଶ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ବିଦ୍ୟାଳୟର ଜୁନିୟର ରେଡ୍‌କ୍ରସ୍‌ ୟୁନିଟ୍‌ର କାଉନସେଲର ଦୀପ୍ତି ବେହେରା ଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସାର ବିଭିନ୍ନ ଦିଗ ସମ୍ପର୍କରେ ପ୍ରାୟୋଗିକ ଭାବେ ବୁଝାଇଥିଲେ । ବିଶେଷକରି ସାପ କାମୁଡ଼ିଲେ ପ୍ରାଥମିକ ସ୍ତରରେ କ’ଣ କରିବା ଓ କ’ଣ ନ କରିବା, କେହି ମୂର୍ଚ୍ଛା ଯାଇଥିଲେ କିପରି ସହାୟତା କରିବା ଏବଂ କୁକୁର କାମୁଡ଼ିଲେ ତୁରନ୍ତ କେଉଁ ପଦକ୍ଷେପ ନେବା ଆବଶ୍ୟକ, ସେ ସମ୍ପର୍କରେ ଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ନୂତନ ନାୟକ ଛାତ୍ରୀମାନେ ବିଦ୍ୟାଳୟ ପରିସରରେ କିପରି ନିଜକୁ ସୁରକ୍ଷିତ ରଖିବେ ଏବଂ ଆକସ୍ମିକ ପରିସ୍ଥିତିରେ କିପରି ସତର୍କତାର ସହିତ ପଦକ୍ଷେପ ନେବେ, ସେ ନେଇ ବିଶେଷ ମାର୍ଗଦର୍ଶନ ଦେଇଥିଲେ । ଏହି ଅବସରରେ ବରିଷ୍ଠ ଶିକ୍ଷକ ଡ. ସୁରେଶ ଚନ୍ଦ୍ର ବାରିକଙ୍କ ରଚିତ ନାଟକ “ଚେତା ପସଲା” ପରିବେଷଣ ହୋଇଥିଲା ।

Leave A Reply

Your email address will not be published.