
ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟର ସ୍ତରୀୟ ତୃତୀୟ ମାସିକ ବୈଠକ ସରକାରୀ ଆଶ୍ରମ ବିଦ୍ୟାଳୟ, ମହୀପୁର ଠାରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏବିଇଓ ବିପିନ ବାଗ ଯୋଗ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ଶିଶୁଙ୍କ ଶୈକ୍ଷିକ ଅଗ୍ରଗତି ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ । ସିଆର୍ସିସି ଜଗମୋହନ ତ୍ରିପାଠୀ ଓ ସିଆର୍ଜି ଦୁତିଆ ସେଠ ସାଧନ କର୍ମୀ ଭାବେ ଯୋଗ ଦେଇ ସେପ୍ଟେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ଆକଳନର ରୂପରେଖ, ସାମଗ୍ରିକ ପ୍ରଗତି ପତ୍ର, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ଗ୍ୟାଲେରୀ ଓ୍ଵାକ୍, ନ୍ୟସ୍ତ କାର୍ଯ୍ୟର ଆଲୋଚନା, ଶିକ୍ଷଣ ସୋପାନ ରେଜିଷ୍ଟର, ଜିଲ୍ଲା ଓ କ୍ଲଷ୍ଟର ସ୍ତରୀୟ ଶୈକ୍ଷିକ ଆଲୋଚନା, ପିଏମ୍ ଇ-ବିଦ୍ୟା ଓ ଦୀକ୍ଷା ରେଜିଷ୍ଟ୍ରେସନ ପ୍ରୋସେସ ଆଦି ପ୍ରସଙ୍ଗରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ମୋହନ ଭୋଇ, ମନ୍ମଥ ରାଜହଂସ, ଚନ୍ଦ୍ର ଧ୍ୱଜ ମେହେର ଓ ଗୀତାଞ୍ଜଳି ପ୍ରଧାନ ତଥା ଏଫ୍ଏଲ୍ଏନ୍ ଶିକ୍ଷକ ପୂରନ ମେହେର, ସୁଶୀଳ କୁମାର ଭୋଇ, ତହସିଲ ଭୋଇ, ସୃଷ୍ଟିମୟୀ କଲେତ, ଆକାଂକ୍ଷା ରାଣୀ ଯୋଶୀ, ମିଲି ପୁରୋହିତ, ଦୁର୍ଗାମଣି ମହାନନ୍ଦ ପ୍ରମୁଖ ଯୋଗ ଦେଇ ବୈଠକରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।