ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨)ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ କୋଠରୀ ଓ କମନ୍ ରୁମ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି ଅର୍ଥ ଆସିଲେ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ । ଏହାସହିତ ଦାବୀ ମୁତାବକ ବିଦ୍ୟାଳୟର ଜରାଜୀର୍ଣ୍ଣ ଅଫିସ ଗୃହ ମଧ୍ୟ ନିର୍ମାଣ ଯୋଜନା କରାଯିବ ବୋଲି ବିଧାୟକ ଶ୍ରୀ ବାଗ ପ୍ରକାଶ କରିଛନ୍ତି । ଏଥିରେ ସାଂସଦଙ୍କ ବ୍ଲକ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଡ଼ିଓ ବାସନ୍ତୀ ସେଠୀ, ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ବରିଷ୍ଠ ସାମ୍ବାଦିକ ଭଗବାନ ମହାନ୍ତି ଓ ବରିଷ୍ଠ ଇଂରାଜୀ ଅଧ୍ୟାପକ ହୃଦାନନ୍ଦ ପୁହାଣ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ଦୁଇ ଦିନ ଧରି ୨୦ଟି ବର୍ଗରେ ଅନୁଷ୍ଠିତ ହୋଇଥିବା କ୍ରୀଡା ପ୍ରତିଯୋଗିତାର ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ବାଳକ ବିଭାଗର ଶ୍ରେଷ୍ଠ ଚମ୍ପିୟାନ ଖେଳାଳି ଭାବେ ସୁଦାମ କୁଅଁର ଓ ବାଳିକା ବର୍ଗର ଶ୍ରେଷ୍ଠ ଚମ୍ପିୟାନ ଖେଳାଳି ଭାବେ ପ୍ରେମଶିଳା ଧରୁଆ ପୁରସ୍କୃତ ହୋଇଥିଲେ । ସେହିପରି ସମ୍ବଲପୁର ଜୋନରେ ଚମ୍ପିୟାନ ବାଳିକା କବାଡି ଦଳ ଓ ବାଳକ ଖୋ ଖୋ ଦଳକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କ୍ରୀଡା ଶିକ୍ଷକ ରାଧେକୃଷ୍ଣ ବଘାର, ସୁନନ୍ଦ ପ୍ରଧାନ ଓ ନୀତେଶ ତାଣ୍ଡିଙ୍କ ସହ ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର, ପ୍ରଫୁଲ୍ଲ ବଘାର, ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହେମନ୍ତ ନାଗ ଓ ଗାୟକ ସୁଦର୍ଶନ ଦୀପଙ୍କୁ ବିଧାୟକଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ପରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଲାଇବ୍ରେରିଆନ୍ ଶାନ୍ତାରାମ ପଧାନ ଓ ଅଧ୍ୟାପିକା ପୂଜାରାଣୀ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ବିକ୍ରମ ତାଣ୍ଡି ଧନ୍ୟବାଦ ଦେଇଥିଲେ ।