ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଦୁଇ ଗୋଟି ଆର୍ଥିକ ସାକ୍ଷରତା ଶିବିର ତା ୧୭.୦୧.୨୦୨୬ ରିଖରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାଲିଆଜୋଲା ଏବଂ ରଘୁନାଥ ଉଚ୍ଚ ବିଦ୍ୟାଳୟ ପି. ରାମଚନ୍ଦ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ସ୍ୱାଭିମାନ ସାହୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ କ୍ଲଷ୍ଟର ସିଆର୍‌ସିସି, ଦିଲୀପ କୁମାର ପ୍ରଧାନ, ପି. ରାମଚନ୍ଦ୍ରପୁର ପୋଷ୍ଟମାଷ୍ଟର ଶାନ୍ତନୁ ମହାପାତ୍ର, ଭାଲିଆଜୋଲା ପୋଷ୍ଟମାଷ୍ଟର, ଭାଲିଆଜୋଲା ସରପଞ୍ଚ ଯୋଗ ଦେଇଥିଲେ । ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା, ସୁରକ୍ଷିତ ସଞ୍ଚୟ, ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ବୀମା, ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଉପକାରିତା, ସାଇବର୍ ଫ୍ରଡ୍ ସମ୍ବନ୍ଧରେ ଆଲୋଚନା କରଯାଇଥିଲା । ଶିବିରରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ । ଶେଷରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା ।

Leave A Reply

Your email address will not be published.