lika

ଭୋଗରାଇ ମୋ ପରିବାର ପକ୍ଷରୁ ଉତ୍କଳ ଦିବସରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ

gbag

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ଦୁଡପଳ ଗ୍ରାମ ପଞ୍ଚାୟତର ଅଧିନସ୍ଥ ବାହାର୍ଦ୍ଦାଠାରେ ଭୋଗରାଇ ମୋ ପରିବାର ଟ୍ରଷ୍ଟ ପକ୍ଷରୁ ୮୮ତମ ପବିତ୍ର ଉତ୍କଳ ଦିବସ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଦୁଡ଼ପଳ ଗ୍ରାମ ପଞ୍ଚାୟତ ପ୍ରାକ୍ତନ ସରପଞ୍ଚ ଅନାଦି ନନ୍ଦନପାଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଜିଲ୍ଲାର ପ୍ରାକ୍ତନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନା, ମୁଖ୍ୟବକ୍ତା ଭାବେ ଭୋଗରାଇ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ କୁମାର ବେହେରା, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ସମାଜସେବୀ ରାମକୃଷ୍ଣ ପାତ୍ର, ଆଇନଜୀବୀ ଭୁବନାନନ୍ଦ ଦାସ, ସ୍ଥାନୀୟ ସରପଞ୍ଚ ଚିତ୍ରଲେଖା ବେହେରା, ସମାଜସେବୀ ବରଦାପ୍ରସନ୍ନ ପଟ୍ଟନାୟକ, ଜଗନ୍ନାଥ ସଂସ୍କୃତିର ଗବେଷକ ଡଃ କୁମାର ଗୋପାଳ, ସାହିତ୍ୟିକା ଗୀତାଞ୍ଜଳି ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଉତ୍କଳର ଐକ୍ୟ, ସଂସ୍କୃତି, ପରମ୍ପରା, ରୀତି ନୀତି ଉପରେ ଆଲୋକପାତ କରିଥିଲେ । ଏଥିରେ ଭୋଗରାଇ ଓ ରାଜ୍ୟସ୍ତରୀୟ ଖ୍ୟାତି ସମ୍ପନ୍ନ ବ୍ୟକ୍ତି, ଆଦର୍ଶ ଶିକ୍ଷକ, ସାମ୍ବାଦିକ, କଳାକାର ଏବଂ ସମାଜସେବୀମାନଙ୍କୁ ମାନପତ୍ର ପ୍ରଦାନ ସହ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାକାର୍ଯ୍ୟକୁ ଡାକ୍ତର ଲଲାଟେନ୍ଦୁ ଦାସ ପରିଚାଳନା କରିଥିବା ବେଳେ ଭୋଗରାଇ ମୋ ପରିବାର ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିଷ୍ଠାତା ଉତ୍ତମ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

babaa
Leave A Reply

Your email address will not be published.