Browsing Tag

special article

ହଜି ଯାଉଛି ହସ

✍ ମୀନକେତନ ବାରଲେବଡ଼ିଆ ଆଜିକାଲି ମନଖୋଲା ହସଟିକେ ବି ହସି ହଉନି । କଥାଟା କେବଳ ମୋ ପାଇଁ ପ୍ରଯୁଜ୍ୟ ବୋଲି ଭାବନ୍ତୁ ନାହିଁ, ଆପଣ ମଧ୍ୟ ଏକଥାକୁ ଅନୁଭବ କରିପାରୁଥିବେ । ହସ ମଣିଷର ମନ ଓ ଶରୀରକୁ ସତେଜ କରି ରଖେ । ମାନସିକ ସ୍ବାସ୍ଥ୍ୟ ପାଇଁ ମହୌଷଧି ଭଳି କାମ କରେ । ମଣିଷ ବେଳେବେଳେ
Read More...

ଗଣମାଧ୍ୟମର ଆରମ୍ଭ ଓ ଭୂମିକା

ଆମ ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା । ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା । ତେଣୁ ପ୍ରତିବର୍ଷ ନଭେମ୍ବର ୧୬ ତାରିଖ ଦିନଟି ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ । ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ ।
Read More...

ଓଡ଼ିଶାରେ ସମ୍ବାଦପତ୍ରର ପ୍ରକାଶନ ଧାରା

ରବି ରଥ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଓଡ଼ିଶାରେ ପ୍ରଥମେ ୧୮୬୬ ମସିହାରେ ଆନୁଷ୍ଠାନିକ ଭାବେ ‘ଉକ୍ରଳ ଦୀପିକା’ ନାମରେ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ସେଇ ବର୍ଷଟି ଥିଲା ଓଡ଼ିଶା ପାଇଁ ଏକ ଦୁଃଖଦ ବର୍ଷ । ସେତେବେଳେ ଓଡ଼ିଶା ବୋଲି କୌଣସି ସ୍ୱତନ୍ତ୍ର ରାଜ୍ୟ ବା ପ୍ରଦେଶ
Read More...

ବ୍ୟଙ୍ଗ ଦୃଷ୍ଟି : ସଫଳତାର ସଟ୍‌କଟ୍‌ ରାସ୍ତା

ଦେବାଶିଷ ମିଶ୍ର ବିଦ୍ୟାଳୟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଥାଏ । ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅତିଥିଙ୍କ ଉପସ୍ଥିତିରେ ସଭା ସ୍ଥଳ ଭରି ରହିଥାଏ । ହେଲେ ମୁଖ୍ୟ ଅତିଥି ଆସି ନଥିବା ଯୋଗୁଁ ଏଯାଏଁ ମଞ୍ଚ ଖାଲି ପଡିଥାଏ । ଆୟୋଜକମାନେ ଅନ୍ତିମ ପ୍ରସ୍ତୁତିକୁ ଯାଞ୍ଚ
Read More...

ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା

ଦେବାଶିଷ ପଟ୍ଟନାୟକ ୧୯୬୯ ମସିହାରେ ସବଡିଭିଜନ ରୂପେ ମାନ୍ୟତା ପାଇଥିବା ପଦ୍ମପୁର ହେଉଛି ଓଡିଶା ରାଜ୍ୟର ସବୁଠୁ ବଡ ସବଡିଭିଜନ । ଏହାର ସର୍ବାଧିକ ଜନସଂଖ୍ୟା ତଫସିଲଭୁକ୍ତ ଜାତି, ଜନଜାତି ଓ ପଛୁଆବର୍ଗ ଦ୍ଵାରା ଅଧ୍ୟୁଷିତ । ଛତିଶଗଡ଼ ରାଜ୍ୟକୁ ଲାଗି ଥିବା ଏହାର ସୀମା, ଜିଲ୍ଲା ସଦରମହକୁମା
Read More...

ସ୍ୱକୀୟ ମତ : ଧର୍ମ, ବିଜ୍ଞାନ ଓ ଆମେ

ଜୟଶ୍ରୀ ସାହୁ ଯଦିଓ ବହୁତ କିଛି ପରିବର୍ତନ ହେଲାଣି, ତଥାପି ପାରମ୍ପରିକ ଧର୍ମବିଶ୍ଵାସ ଅନୁଯାୟୀ ଓଡିଶାର ପଶ୍ଚିମାଞ୍ଚଳର ନାରୀମାନେ ରଜ ସଂକ୍ରାନ୍ତି ସମୟରେ ଋତୁମତୀ ହେଲେ ଚାରିଦିନ ଧରି କେବଳ ଫଳାହାର କରନ୍ତି । ଅଥଚ, ସମାନ ଅବସ୍ଥାରେ ରଜ ସମୟରେ ପୂର୍ବାଞ୍ଚଳର ନାରୀ ମାଛ ମାଂସ ପ୍ରଚୁର
Read More...

କବିତା : ହୋ ପଣ୍ଡିତେ

ବିଜୟ ପ୍ରଧାନ ମତେ ଏତେ ଉପରକୁନିଅ ନାହିଁ ପଣ୍ଡିତେମୁଁ ମାଟିର ମଣିଷପାଦ ଲାଖିଥାଉ ଏମିତି ମାଟିରେ … ମୋର ପ୍ରଶ୍ନମାନଙ୍କ ପରି ମୁଁନିହାତି ତୁଚ୍ଛ ଓ ଅବାନ୍ତରମତେ ନିଜ ସାମ୍ନାରେ ଥୋଇବିଚାର ନ କର । ମୋର ହେବାର ନାହିଁ ଛଞ୍ଚାଣଉଡ଼ାଣ ଖୋର ମନଭୁରତେଇ ଖଞ୍ଜନାହିଁମହମର ଡେଣାବରଂ ନ
Read More...

କୁଚିପାଲିରେ ଜୁଗାର ଯାତ୍ରା

ଦେବାଶିଷ ପଟ୍ଟନାୟକ ବରଗଡ଼ ଜିଲ୍ଲା ସଦର ମହକୁମାରୁ ୫୦ କି.ମି. ପଦ୍ମପୁର ଗଲାବେଳେ ରାଜ୍ୟ ରାଜପଥ କଡ଼ରେ କୁଚିପାଲି ଗ୍ରାମ ଅବସ୍ଥିତ । ଆଠଟି ୱାର୍ଡ଼ ବିଶିଷ୍ଟ ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ଚାରି ହଜାରରୁ ଅଧିକ ହେବ । ପଶ୍ଚିମ ଓଡ଼ିଶାରେ ଏହି ଗ୍ରାମର ଏକ ସ୍ୱତନ୍ତ୍ର ପରିଚୟ ରହିଛି ।
Read More...

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇ

ଦେବାଶିଷ ପଟ୍ଟନାୟକ ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା କେଉଁ ଆବହମାନ କାଳରୁ ଗଢ଼ି ଉଠିଛି । ଭାରତ ବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ "ନବାନ୍ନ ପର୍ବ" ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଭାରତର ବିଭିନ୍ନ ରାଜ୍ୟରେ
Read More...

ଡ. ସଦାନନ୍ଦ ଅଗ୍ରାୱାଲଙ୍କ ପଞ୍ଚମ ଶ୍ରାଦ୍ଧ ଦିବସରେ ଆନ୍ତରିକ ଶ୍ରଦ୍ଧାଞ୍ଜଳି

ପୂର୍ଣ୍ଣଚନ୍ଦ୍ର ପଣ୍ଡା ସାମ୍ବାଦିକ ଡ. ସଦାନନ୍ଦ ଅଗ୍ରୱାଲ ଥିଲେ ଓଡିଶାର ଜଣେ ଜଣାଶୁଣା ଐତିହାସିକ, ଗବେଷକ, ଲିପିତତ୍ୱବିଦ୍‌, ସାହିତ୍ୟିକ, ସାମ୍ବାଦିକ, ନାଟ୍ୟକାର ଓ ସଙ୍ଗୀତଜ୍ଞ । ତେବେ ତାଙ୍କ ସହିତ ମିଶିବା ଭିତରେ ଜଣେ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ପାଠ ପଢିପାରିନଥିବା ଦରପାଠୁଆ
Read More...