ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ ଅବହେଳିତ ପବିତ୍ର ବୈଶାଖ ମେଳା

  • ସୁଶାନ୍ତ ମିଶ୍ର

ଗନ୍ଧଗିରିରେ ମୂଷିକ ଦୈତ୍ୟର ଆତ୍ମଗୋପନ ଓ ଭଗବାନ ମାର୍ଜାର-କେଶରୀ ବେଶରେ ଛକି ବସିବାର ଅନ୍ତରାଳରେ ସଚେତନତା ସତ୍ୟ, ଶାନ୍ତି ଓ ବିଜୟ ବାର୍ତ୍ତାର ବୈଜୟନ୍ତୀ ଉଡାଇ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୂଙ୍କ ଜନ୍ମୋତ୍ସବ ବୈଶାଖ ମେଳା-୨୦୨୩ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି । ମହାପ୍ରଭୂଙ୍କ ଜନ୍ମୋତ୍ସବ ଅବସରରେ ଏକା ସାଙ୍ଗରେ ନୃସିଂହନାଥ ଓ ହରିଶଙ୍କର ଭଳି ଦୁଇଟି ସ୍ଥାନରେ ମେଳା ସୃଷ୍ଟି କରୁଥିବା ଅନନ୍ୟ ପରମ୍ପରା ବିରଳ ଅଟେ । ଦୀର୍ଘ ପାଞ୍ଚ ଦିନ ବ୍ୟାପୀ ଦିନ-ରାତି ଅନବରତ ଭାବରେ ଚାଲିଥିବା ଏହି ମେଳାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ବୈଶାଖ ମେଳା ମହୋତ୍ସବରେ ହଜାର ସଂଖ୍ୟାରେ କଳାକାରବୃନ୍ଦ କଳାକାରୀ ପ୍ରଦର୍ଶନ କରିଥିଲେ । ମନ୍ଦିର ଓ ଯଜ୍ଞ ମଣ୍ଡପରେ ୨୦ରୁ ଅଧିକ ପଣ୍ଡିତଙ୍କ ପୂଜାର୍ଚ୍ଚନାରେ ଭାବ, ଭକ୍ତିର ପରିବେଶ ସୃଷ୍ଟି ହୋଇଥିଲା । ପରମ୍ପରା କ୍ରମେ ଭଗବାନଙ୍କ ନୀତି କାନ୍ତିରେ ନିକଟସ୍ଥ ଖଣ୍ଡିଝରନ ଗ୍ରାମର ଆଦିବାସୀ କନ୍ଧ ସଂପ୍ରଦାୟଙ୍କୁ ସମ୍ମାନର ସହ ସଂପୃକ୍ତି ଭାଇଚାରା ଓ ସାମ୍ୟବାଦର ପରିଚୟ ଦେଇଛି । ଏହି ଅବସରରେ ଲାଗିଥିବା ହଜାର ହଜାର ଦୋକାନ ବଜାର ମଧ୍ୟରେ ଲମ୍ବିଥିବା ଦୁର୍ମୂଲ୍ୟ ଲମ୍ବା ଚେରିମୂଲି ଔଷଧିୟ ପସରା ଥିଲା ମେଳାର ଅନ୍ୟତମ ସ୍ୱାତନ୍ତ୍ର୍ୟତା । ପଶ୍ଚିମ ଓଡିଶାର ସର୍ବବୃହତ ପରିଚୟ ପାଲଟିଥିବା ଉଭୟ ମନ୍ଦିର ଓ ବୈଶାଖ ମେଳାର ଆହୁରି ଅଭିବୃଦ୍ଧି ପାଇଁ କେବଳ ସରକାରୀ ପ୍ରୋତ୍ସାହନ ଆବଶ୍ୟକତା ରହିଛି ।

Leave A Reply

Your email address will not be published.

four + 19 =