pakka

ଏଥର ଶ୍ରାବଣ ମାସରେ ପଡୁଛି ୮ଟି ସୋମବାର

bbehera

ଶ୍ରାବଣ ମାସ ଦେବ ଦେବ ମହାଦେବଙ୍କ ଉପାସନାର ମାସ ବୋଲି ବିଶ୍ୱାସ କରାଯାଏ । ତେବେ ଚଳିତ ବର୍ଷ ଜୁଲାଇ ୪ ତାରିଖରୁ ଆରମ୍ଭ ହେବ ଶ୍ରାବଣ ମାସ । ଏହି ବର୍ଷ ଦୁଇଟି ଶ୍ରାବଣ ପଡ଼ୁଥିବା ବେଳେ ୫୯ ଦିନ ପର୍ଯ୍ୟନ୍ତ ଶ୍ରାବଣ ରହିବ । ଶିବ ଭକ୍ତମାନେ ୮ଟି ସୋମବାର ପର୍ଯ୍ୟନ୍ତ ମହାଦେବଙ୍କୁ ଜଳଲାଗି କରିପାରିବେ । ଏହା ୪ ଜୁଲାଇରୁ ଆରମ୍ଭ ହୋଇ ୩୧ ଅଗଷ୍ଟରେ ଶେଷ ହେବ । ଏଥର ଶ୍ରାବଣର ପ୍ରଥମ ସୋମବାର ୧୦ ଜୁଲାଇରେ ପଡ଼ିବ । ତେବେ ୧୯ ବର୍ଷ ପରେ ଶ୍ରାବଣ ମାସରେ ଏପରି ଶୁଭ ସଂଯୋଗ ପଡ଼ିବାକୁ ଯାଉଛି ବୋଲି ଜ୍ୟୋତିର୍ବିଦ୍‌ମାନେ କହୁଛନ୍ତି । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏହି ଥର ଅଧିକମାସ କାରଣରୁ ଦୁଇଟି ଶ୍ରାବଣ ମାସ ପଡୁଛି । ତେବେ କାଉଡ଼ିଆମାନଙ୍କ ପାଇଁ ଚଳିତ ବର୍ଷ ଅତ୍ୟନ୍ତ ଶୁଭପ୍ରଦ ବୋଲି କୁହାଯାଉଛି ।

jay balangir
Leave A Reply

Your email address will not be published.

3 + twelve =