ଦିଲ୍ଲୀ ମେଟ୍ରୋ ଯାତ୍ରୀଙ୍କ ପାଇଁ ବଡ ଖବର : ବର୍ତ୍ତମାନ ମେଟ୍ରୋ ଟ୍ରେନରେ ନିଜ ସାଂଗରେ ମଦ ନେଇପାରିବ

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଡିଏମ୍‌ଆର୍‌ସି ଏବଂ ସିଏସ୍ଏଫ୍ ଅଧିକାରୀଙ୍କ କମିଟି ଦିଲ୍ଲୀ ମେଟ୍ରୋରେ ଯାତ୍ରୀମାନଙ୍କୁ ଦୁଇ ବୋତଲ ମଦ ସାଂଗରେ ନେବାକୁ ଅନୁମୋଦନ କରିଛି । ଯାତ୍ରୀମାନେ କେବଳ ସେମାନଙ୍କ ସହିତ ସିଲ୍ ହୋଇଥିବା ମଦ ବୋତଲ ନେଇପାରିବେ । ବର୍ତ୍ତମାନ ସମସ୍ତ ମେଟ୍ରୋ ଲାଇନରେ ନୂତନ କ୍ରମ ପ୍ରଯୁଜ୍ୟ ହେବ । ଏହା ସହିତ ଡିଏମ୍‌ଆର୍‌ସି ଯାତ୍ରୀମାନଙ୍କୁ ଚେତାବନୀ ଦେଇଛି ଯେ, ମେଟ୍ରୋରେ ମଦ୍ୟପାନ କରିବା କିମ୍ବା ମଦ୍ୟପାନର ପ୍ରଭାବରେ ଅସମ୍ମାନ ଆଚରଣ ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏକ ବିବୃତ୍ତି ଜାରି କରି କହିଛି ଯେ, ଏକ୍ସପ୍ରେସ ଲାଇନର ବ୍ୟବସ୍ଥା ଅନୁଯାୟୀ ଦିଲ୍ଲୀ ମେଟ୍ରୋରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଦୁଇଟି ସିଲ୍ ବୋତଲ ମଦ ଅନୁମତି ଦିଆଯାଇଛି । ଡିଏମ୍‌ଆର୍‌ସି ଏବଂ ସିଏସ୍ଏଫ୍ ଅଧିକାରୀଙ୍କୁ ନେଇ ଏକ କମିଟି ପୂର୍ବ ଆଦେଶର ସମୀକ୍ଷା କରିଛି । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ଏକ୍ସପ୍ରେସ ଲାଇନ ବ୍ୟତୀତ ଦିଲ୍ଲୀ ମେଟ୍ରୋରେ ମଦ ପରିବହନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ମେଟ୍ରୋ ପରିସରରେ ମଦ୍ୟପାନ କରିବା ନିଷେଧ । ମେଟ୍ରୋ ଯାତ୍ରୀମାନଙ୍କୁ ଯାତ୍ରା ସମୟରେ ଉପଯୁକ୍ତ ଶିଷ୍ଠାଚାର ବଜାୟ ରଖିବାକୁ ଅନୁରୋଧ କରାଯାଇଛି । ଯଦି କୌଣସି ଯାତ୍ରୀ ମଦ୍ୟପାନ କରି ଅସଦାଚରଣ କରନ୍ତି, ତେବେ ଆଇନର ପ୍ରଯୁଜ୍ୟ ବ୍ୟବସ୍ଥା ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.

1 + ten =