ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଣ୍ଡା ହେଲେ କଂଗ୍ରେସର ସୁବର୍ଣ୍ଣପୁର ଜିଲ୍ଲା ସଭାପତି

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ଆଜି ରାଜ୍ୟ କଂଗ୍ରେସର ୩୩ ଟି ସାଙ୍ଗଠାନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତି ତାଲିକା ପ୍ରକାଶ ପାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଣ୍ଡାଙ୍କ ଉପରେ ଦଳ ବିଶ୍ୱାସ ରଖି ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସଭାପତି ରୂପେ ମନୋନୀତ କରାଯାଇଥିବା ସୂଚନା ମିଳିଛି । ଏହି ଖବର ପ୍ରକାଶିତ ହେବା ପରେ କଂଗ୍ରେସ ଦଳରେ ଖୁସିର ମାହୋଲ ଦେଖା ଦେଇଛି । ଜିଲ୍ଲାରେ ଏକ ସକ୍ରିୟ ବିରୋଧୀ ଦଳର ଆବଶ୍ୟକତା ଅନୁଭୂତ ହେଉଥିବାବେଳେ ଶ୍ରୀ ପଣ୍ଡା ଜିଲ୍ଲାରେ କଂଗ୍ରେସ ଦଳକୁ ଆହୁରି ଦୃଢ଼ କରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.