ମାଣ୍ଡୋସିଲରୁ ୨ ଛାତ୍ରଙ୍କ ନିଟ୍‌ରେ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବଭାରତୀୟ ନିଟ୍‌ ପରୀକ୍ଷାରେ ପାଇକମାଳ ବ୍ଳକ ମାଣ୍ଡୋସିଲ ଗ୍ରାମର ଦୁଇ ଜଣ ଛାତ୍ର କୃତୀତ୍ୱ ଅର୍ଜନ କରିଛନ୍ତି । ଶରତ ଚନ୍ଦ୍ର ସାହୁଙ୍କ ପୁଅ ଅଜୟ ସାହୁ ୫୮୩ ମାର୍କ ଓ ଓମ ପ୍ରକାଶ ନାୟକଙ୍କ ପୁଅ ରିତେଶ ନାୟକ ୫୯୫ ମାର୍କ ହାସଲ କରିଛନ୍ତି । ଦୁଇଜଣ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷା ଆରମ୍ଭ କରି ମାଣ୍ଡୋସିଲ ହାଇସ୍କୁଲ ଦଶମ ଶ୍ରେଣୀରେ ପାସ୍‌ କଲା ପରେ ବରଗଡ଼ ବିକାଶ କଲେଜରେ ପାଠ ପଢୁଥିଲେ । ତାଙ୍କ ସଫଳତାର ଶୁଭେଚ୍ଛା ସୁଅ ଛୁଟୁଛି ।

Leave A Reply

Your email address will not be published.