ନୂତନ କୃଷି ଅଧ୍ୟାଦେଶ କୃଷି ଓ କୃଷକଙ୍କ ପାଇଁ ମୃତ୍ୟୁ ଘଂଟି : ଲିଙ୍ଗରାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ସବରୀ ନାରାୟଣ ଧର୍ମଶାଳା ଠାରେ ଅନୁଷ୍ଠିତ ବୈଠକରେ ଆଜି ଜିଲ୍ଲାର ସମସ୍ତ ବ୍ଲକ, ମ୍ୟୁନସିପାଲଟି ଓ ଏନଏସିରୁ ଆସିଥିବା କୃଷକ ସଂଗଠନର ପ୍ରତିନିଧିମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କୃଷକ ସଂଗଠନ ଗଠିତ ହୋଇଯାଇଛି । ଏହି ସଭାରେ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତିର ଆବାହକ ଶ୍ରୀ ଲିଙ୍ଗରାଜ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସଭା ସଂ·ଳକ ସତ୍ୟ ବନଛୋର ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ । ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିନିଧିମାନେ ନିଜ ଅଂଚଳର କୃଷି ଓ କୃଷକର ସମସ୍ୟା ଉପସ୍ଥାପିତ କରିବା ସହ ଜିଲ୍ଲାରେ ଏକ ମଜବୁତ ଓ ସମ୍ବେଦନଶୀଳ କୃଷକ ସଂଗଠନର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ଜିଲ୍ଲାର ରାଜନୈତିକ ଓ ସାମାଜିକ ପୃଷ୍ଠଭୁମି ଓ ଐତିହାସିକ କାରଣରୁ ଆଜି ପର୍ଯ୍ୟନ୍ତ ଏକ ବଳିଷ୍ଠ କୃଷକ ସଂଗଠନ ତିଷ୍ଠି ପାରୁନାହିଁ । ଫଳରେ କୃଷକମାନଙ୍କ ଯାବତୀୟ ସମସ୍ୟା ଉଜାଗର ହୋଇ ପାରୁନଥିବା ବେଳେ ପ୍ରଶାସନିକ ଉଦାସୀନତା ଦେଖିବାକୁ ମିଲୁଛି । ସଂସଦରେ ନିକଟରେ ପାରିତ ହୋଇଥିବା ତିନୋଟି ଯାକ ନୂତନ କୃଷି ଅଧ୍ୟାଦେଶ ଦେଶର କୃଷି ଓ କୃଷକଙ୍କ ପାଇଁ ଉକ୍ରଟ ସମସ୍ୟା ସୃଷ୍ଟି କରିବ । ଏହାର ମାରାମ୍‌ôକ ପରିଣାମରୁ କ୍ଷୁଦ୍ର, ନାମମାତ୍ର ·ଷୀ ଓ ଖାଉଟିମାନେ ବିଶେଷ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ବେଳେ ଏହା ରାଷ୍ଟ୍ରୀୟ କୃଷି ଅର୍ଥନୀତିକୁ ସମୂଳେ ଧ୍ୱଂସ କରିବ । ଏପରି ଘଡିସନ୍ଧି ସମୟରେ ତୃଣମୁଳ ସ୍ତରକୁ ଯାଇ ସମସ୍ତଙ୍କୁ ଏବିଷୟରେ ବ୍ୟାପକ ଭାବେ ସଚେତନ କରିବା ଐତିହାସିକ ଆବଶ୍ୟକତା ରହିଛି ବୋଲି ଶ୍ରୀ ଲିଙ୍ଗରାଜ ମତ ରଖିଥିଲେ । ଏହି ସଭାରେ ପଶ୍ଚିମ ଓଡିଶା କୃଷକ ସଂଗଠନର ପ୍ରତିନିଧି ରମେଶ ମହାପାତ୍ର ସାଂପ୍ରତିକ କୃଷି ସଂକଟ ଉପରେ ବକ୍ତବ୍ୟ ରଖିଥିବା ବେଳେ ସୋମ ବନଛୋର, କିଶୋର ସାହୁ ଓ ସୁଶୀଳ କୁମାର ସାହୁ ସଂଗ୍ରାମୀ ସଙ୍ଗିତ ପରିବେଷଣ କରିଥିଲେ ।

ପରେ ସର୍ବସମ୍ମତି କ୍ରମେ ଏକ ଜିଲ୍ଲାସ୍ତରୀୟ କୃଷକ ସଂଗଠନ ‘ଜଏ କିସାନ ଆନ୍ଦୋଳନ ବଲାଙ୍ଗିର’ ଗଠନ କରାଯାଇଥିଲା । ଉପସ୍ଥିତ ସମସ୍ତଙ୍କୁ ଜିଲ୍ଲାସ୍ତରୀୟ ପ୍ରତିନିଧି ଭାବେ ସାମିଲ କରାଯାଇ ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ, ଜଗନ୍ନାଥ ମହାଣା, ବାଲକୃଷ୍ଣ ଷାଣ୍ଡ, ଅଚ୍ୟୁତ ଖମାରୀ, ତ୍ରିଲୋଚନ ପୁଞ୍ଜି ଓ ସତ୍ୟ ବନଛୋରଙ୍କୁ ନେଇ ଏକ ୬ ଜଣିଆ ଆବାହକ ମଣ୍ଡଳୀ ଗଠିତ ହେଲା । ଆଗାମୀ ଦିନରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ହାତକୁ ନେଇ ଜିଲ୍ଲାରେ ଏକ ବଳିଷ୍ଠ କୃଷକ ସଂଗଠନ ତିଆରି କୃଷକମାନଙ୍କ ସ୍ୱରକୁ ଜୋରଦାର ଭାବେ ଉପସ୍ଥାପିତ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ । ଏହି ସଭାରେ ପ୍ରମୁଖ ଭାବେ ବ୍ୟାସଦେବ ଥନାପତି, ରାଜେଶ ବଗର୍ତ୍ତି, ପ୍ରଦେଶୀ ବିଶ୍ୱାଳ, ପ୍ରଦୀପ ପଧାନ, କାହ୍ନୁ ମାଝୀ, ରଘୁ ରଣା, ଉତ୍ତମ ଖମାରୀ, କପିଳ କୁମ୍ଭାର, ଡୋଲାମଣି ବନଛୋର, ରମେଶ ମହାପାତ୍ର, ତ୍ରିଲୋଚନ ସାହୁ, ଗୋଲାପ ଦଣ୍ଡସନା, ଇଶ୍ୱର ଛତ୍ରିଆ ଓ ସୁରାଟ ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.