ପୋଲିସ ଦ୍ୱାରା ୭ ଚୋରି ବାଇକ୍‌ ଉଦ୍ଧାର : ୩ଜଣ ଗିରଫ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି, ତୁରେକେଲା, ମୁରିବାହାଲ ଓ ବେଲପଡା ଥାନା ଅଂଚଳରେ ରୀତିମତ ବାଇକ୍‌ ଚୋରି ହେଉଥିବା ବେଳେ ଆଜି କଂଟାବାଂଜି ପୋଲିସ ୭ଟି ଚୋରି ବାଇକ୍‌ ଜବତ୍‌ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଆଜି ସଂଧ୍ୟା ୭ଟାରେ ଥାନା ପରିସରରେ ଏକ ଖବରଦାତା ସମ୍ମିଳନିରେ କଂଟାବାଂଜି ପୋଲିସ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି । କଂଟାବାଂଜି ପୋଲିସ ଦେଇଥିବା ସୂଚନା ଅନୁସାରେ କଂଟାବାଂଜି ଥାନା ଅଧୀନସ୍ଥ ରେଙ୍ଗାଲି ଗାଁର କୁଂଜବିହାରି ଜାଲ(୨୮) ତାର ହିରୋ ଗ୍ଲେମର ମୋଟର ସାଇକଲ ଚୋରି ହୋଇଥିବା ନେଇ ଗତ ୬.୯.୨୦୨୦ରେ ଥାନାରେ ଏକ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଥାନା କେସ ନଂ.୧୯୯/୨୦ ଦଫା ୩୭୯/୩୪ ଆଇପିସି ରୁଜୁ କରି ଛାନଭିନ୍‌ ଆରମ୍ଭ କରିିଥିଲା । ଏହି ତଦନ୍ତ ମଧ୍ୟରେ ରାମୁଡ ଗାଁର ଶିବ ପଧାନ(୨୪) ଠାରୁ ୪ଟି, କୁକୁଡାହାଡ ଗାଁର ପ୍ରଭାତ ବେହେରା (୨୬) ଠାରୁ ୨ଟି ଓ କୁକୁଡାହାଡ ଗାଁର ହୀରାଲାଲ ପୁଟେଲ ଠାରୁ ୧ଟି ମୋଟର ସାଇକଲ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ ମୁରିବାହାଲ ଥାନା କେସ ନଂ. ୨୫୪/୨୦ ଓ କେସ୍‌ ନଂ.୨୫୪/୨୦ର ହିରୋ ଏଚ୍‌ଏଫ ଡିଲକ୍ସ, ହୋଣ୍ଡା ସାଇନ, ତୁରେକେଲା ଥାନା କେସ୍‌ ନଂ.୧୯୩/୨୦ର ହିରୋ ହୋଣ୍ଡା ସ୍ପେ୍ଲଣ୍ଡର, ବେଲପଡା ଥାନା କେସ ନଂ.୧୯୫/୧୨.୯.୨୦ର ହିରୋ ହୋଣ୍ଡା ପେସନ ମୋଟର ସାଇକଲ ଜବତ କରାଯାଇଛି ।

ଏହି ମୋଟର ସାଇକଲ ଚୋରି କେସରେ ଶିବ ପ୍ରଧାନ, ପ୍ରଭାତ କୁମାର ବେହେରା, ହୀରାଲାଲ ପୁଟେଲକୁ କଂଟାବାଂଜି ପୋଲିସ ଗିରଫ କରି ଅଧିକ ଅନୁସଂଧାନ ପାଇଁ ଥାନାରେ ଅଟକ ରଖିଛି । ଏହି ମୋଟର ସାଇକଲ ଚୋରିରେ ସୁରଥ ପୁଟେଲ ମଧ୍ୟ ସାମିଲ ଥିବା ବେଳେ ଦୁଇ ଦିନ ତଳେ ଶ୍ୟାମ ଖାଟୁ ମଂଦିର ଚୋରି ମାମଲାରେ ପୂର୍ବରୁ କୋର୍ଟ ଚାଲାଣ ହୋଇଛି । ଏହି ସମସ୍ତ ଚୋରି କେସରେ ଏଏସଆଇ ପଞ୍ଚାନନ ଖୁଆସ ଅନୁସଂଧାନ ଅଧିକାରୀ ଥିବା ବିଷୟ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏପରିକି ଏସ୍‌ଆଇ ପ୍ରଦୀପ କୁମାର ଦୁରିଆ ଓ ଟାଉନ ହାବିଲଦାର ସୁନୀଲ କୁମାର ଦାସ ମଧ୍ୟ ସମସ୍ତ ଚୋରି କେସ୍‌ରେ ଅନୁସଂଧାନ ବେଳେ ସହଯୋଗ କରିଥିବା ଥାନା ଆଇଆଇସି ସତ୍ୟଜିତ କନ୍ଦନକେଲ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.