pakka

ମୃତ ମା’ର ଶବ ପାଖରୁ ଉଦ୍ଧାର ଶିଶୁ କନ୍ୟାର ଦାୟିତ୍ୱ ଗ୍ରହଣ କଲା ଜିଲ୍ଲା ପ୍ରଶାସନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାଗରପଡ଼ାରେ ମୃତ ମା’ର ଶବ ପାଖରେ ଦୁଇ ତିନି ଦିନ ଧରି ରହିଥିବା ନିରୀହ ୪ ବର୍ଷର ଶିଶୁ କନ୍ୟାର ସମସ୍ତ ଦାୟିତ୍ୱ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ସ୍ଥାନୀୟ ସାଗରପଡ଼ାରୁ ପୋଲିସ ଓ ଚାଇଲ୍‌ଡ୍‌ ଲାଇନ୍‌ ସଭ୍ୟଙ୍କ ଦ୍ୱାରା ଆଜି ଏକ ୪ ବର୍ଷର ଶିଶୁ କନ୍ୟା ଉଦ୍ଧାର ହୋଇଥିଲା । ବଲାଙ୍ଗିର ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ କ୍ରମେ ଶିଶୁଟିର ଡାକ୍ତରୀ ପରୀକ୍ଷା କରାଯାଇଥିବା ବେଳେ ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା । ତେବେ ଶିଶୁଟିର କୌଣସି ଅଭିଭାବକ କିମ୍ବା ଦାବୀଦାରଙ୍କ ଅନୁପସ୍ଥିତି ଯୋଗୁଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶିଶୁର ଯତ୍ନ, ସୁରକ୍ଷା ଓ ପ୍ରତିପାଳନ ପାଇଁ ଜିଲ୍ଲା ସଦର ମହକୁମା ଠାରେ ଅବସ୍ଥିତ ବଲାଙ୍ଗିର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଅନୁଷ୍ଠାନକୁ ଶିଶୁ ମଙ୍ଗଳ ସମିତିଙ୍କ ଆଦେଶ ସଂଖ୍ୟା ୧୦୬୮/୨୭.୧୨.୨୦୨୧ ଅନୁଯାୟୀ ରଖାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଟିକୁ ଉକ୍ତ ଅନୁଷ୍ଠାନରେ ରଖାଯିବା ସଂଗେ ସଂଗେ ତା’ର ଆବଶ୍ୟକୀୟ ପୋଷାକ, ଶୀତବସ୍ତ୍ର, ଖାଦ୍ୟପେୟ ତଥା ଯତ୍ନ ଓ ସୁରକ୍ଷା ପ୍ରଦାନ କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

seventeen − 4 =