pakka

ସ୍ୱରବ୍ରହ୍ମର ଭଜନ ସଂଧ୍ୟା କାର୍ଯ୍ୟକ୍ରମ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱରବ୍ରହ୍ମ ମ୍ୟୁଜିକ ଏକାଡେମୀ ତରଫରୁ ଭଜନ ସଂଧ୍ୟା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁ ନରସିଂହ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଏହି ଭଜନ ସଂଧ୍ୟା ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ଗୁରୁ ବିଭୂତି ପତି ଓ ଆଇନଜୀବୀ ଆନନ୍ଦ ଅଗ୍ରୱାଲ ଯୋଗ ଦେଇ କାର୍ୟ୍ୟକ୍ରମକୁ ପ୍ରଶଂସା କରିଥିଲେ । ଅନୁଷ୍ଠାନର ପ୍ରାୟ ୩୦ଜଣ ଛାତ୍ରଛାତ୍ରୀ ସଂଗୀତ ପରିବେଷଣ କରିଥିବା ବେଳେ ପ୍ରାରମ୍ଭରେ ସୁଶ୍ରୀ ଶ୍ୱେତା ପଣ୍ଡା ଓଡିଶୀ ଶାସ୍ତ୍ରୀୟ ସଂଗୀତ ଓ ପ୍ରୀତିରାଣୀ ପଣ୍ଡା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ଗାନ କରିଥିଲେ । କାର୍ୟ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଏ. ଆର୍‌. ଦୋରା, ରତ୍ନାବଳୀ ପଣ୍ଡା, କେ. ସି. ମହାରଣା, ଅଶୋକ ପଟେଲ, ଜ୍ୟୋସ୍ନା ନନ୍ଦ, ଜନ୍ମେଞ୍ଜୟ ପାଣି, ସୋନାଲିକା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ଅନୁଷ୍ଠାନରେ କ୍ଲାସିକାଲ, ଓଡିଶୀ, ଗଜଲ, ଭଜନ, ଛାନ୍ଦ, ଚମ୍ପୁ, ଗୀତ ଗୋବିନ୍ଦ ଓ ଚଳଚ୍ଚିତ୍ର ଗୀତର ଶିକ୍ଷାଦାନ କରାଯାଇଥାଏ ।

Leave A Reply

Your email address will not be published.

20 − 3 =