ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୯ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସର ନାଗରିକଙ୍କୁ ଟୀକାକରଣ

  • ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ
୨୮/୧୨/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା ସୋନପୁର, ଡୁଙ୍ଗୁରିପାଲି ଓ ବୀରମହାରାଜପୁର ବ୍ଲକ ଅଞ୍ଚଳରେ ୫୯ଟି ବ୍ୟବସ୍ଥିତ ଟିକା କେନ୍ଦ୍ରରେ ୧୮ରୁ ଉର୍ଦ୍ଧ ବୟସର ହିତାଧିକାରୀଙ୍କୁ ଟୀକାକରଣ କରାଯିବ । ବ୍ୟବସ୍ଥିତ ସମସ୍ତ କେନ୍ଦ୍ର ଗୁଡିକରେ ହିତାଧିକାରୀ ଟୀକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇପାରିବେ ଅଥବା ଉକ୍ତ ଦିନ ନିର୍ଧାରିତ ସମୟ ସକାଳ ଘଂ.୦୯-୦୦ରେ କେନ୍ଦ୍ରକୁ ଯାଇ ଟୀକାନିମନ୍ତେ ଅଗ୍ରିମଟୋକନ ସଂଗ୍ରହ କରିପାରିବେ । ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର, ସାଙ୍ଗରେ ଆଣି ସୂଚୀତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ର ରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ଉକ୍ତ ଦିନଗୁଡିକରେ ସକାଳ ୦୯ ରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । ହିତାଧିକାରୀ ଟୀକାକରଣ ପାଇଁ ଅନଲାଇନ https://selfregistration.cowin.gov.in ରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇପାରିବେ । ଟୀକାକରଣ ନିମନ୍ତେ ହିତାଧିକାରୀ ଆଜି ରାତ୍ର ୦୮-୦୦ରୁ ପଞ୍ଜିକରଣ ପାଇଁ ସ୍ଲଟ ଖୋଲା ରହିବ ।

Leave A Reply

Your email address will not be published.