pakka

ସମାଜସେବୀ ଶ୍ରୀଧର ନାୟକଙ୍କ ପରଲୋକ

bbehera

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହାକପଡା ଗ୍ରାମର ଶ୍ରୀଧର ନାୟକ(୬୭)ଙ୍କ ନିଜସ୍ୱ ବାସଭବନରେ ରବିବାର ରାତ୍ର ଦଶ ଘଟିକା କୋଡ଼ିଏ ମିନିଟ୍ ସମୟରେ ଟିଉମର ଓ ହାର୍ଟ ଜନିତ ରୋଗରେ ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମାନବ ସେବା ହିଁ ମାଧବ ସେବା ବୋଲି ମନେକରି ଅସୁବିଧା ସମୟରେ ଲୋକମାନଙ୍କୁ ସେ ସାହାଯ୍ୟ କରି ଆସୁଥିଲେ । ସେ ଜଣେ ସମାଜସେବୀ, ଧର୍ମ ପାରାୟଣ, ମେଲାପୀ, ପରୋଉପକାରୀ ଥିଲେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଗିରିଧାରୀ ସ୍ୱାଇଁ, ଦୀପ୍ତି ରଞ୍ଜନ ସ୍ଵାଇଁ, ଚିତ୍ତରଞ୍ଜନ ନାୟକ, ବସନ୍ତ ନାୟକ, ଗୁଣନିଧି ନାୟକ, ମହେଶ୍ୱର ନାୟକ ବାସଭବନରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ତାଙ୍କର ଅନ୍ତିମ ସସ୍କାର କରଯାଇଥିଲା ଓ ପୁତୁରା ଦିଲ୍ଲୀପ କୁମାର ନାୟକ, ପୁତ୍ର ଦିବ୍ୟସିଂହ ନାୟକ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

5 × 1 =