pakka

ଇମ୍ପରିୟଲ କଲେଜରେ ନୈତିକତା ଏବଂ ନୈତିକ ମୂଲ୍ୟ ଉପରେ ଆଲୋଚନା ଚକ୍ର

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜରେ ନୈତିକତା ଏବଂ ନୈତିକ ମୂଲ୍ୟ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜର ଚେୟାରମେନ ଦିପକ ଗୋୟଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଏ ଅବସରରେ ସ୍ୱାମୀ ବିଜ୍ଞାନ ଚୈତନ୍ୟ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ସେହିପରି ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି କାର୍ୟ୍ୟକ୍ରମକୁ ବିସିଏ ଛାତ୍ରୀ ଖୁସି ଢୋଲକିଆ ପରିଚାଳନା ତଥା ଧନ୍ୟବାଦ ଅର୍ପଣ କରିବା ସହ କଲେଜର ଅଧ୍ୟାପକ ଦୁର୍ଗେଶ ଶତପଥୀ ଏବଂ ଯୁକ୍ତି ଅରୋରା କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

two × 4 =