ସମାଜସେବୀଙ୍କ ହସ୍ତକ୍ଷେପ ପରେ ଅସହାୟ ଦିବ୍ୟାଙ୍ଗ ବୃଦ୍ଧା ପାଇଲେ ହୁଇଲ ଚେୟାର

ଭବାନୀପାଟଣା, (ପି.କେ. ସାହୁ) : ଜୟପାଟଣା ବ୍ଲକ ମୁଖିଗୁଡାର ଜଣେ ବୃଦ୍ଧା ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେ ଠିକ୍‌ ସେ ଚାଲି ପାରିରୁ ନଥିଲେ । ଏକ ବାଉଁଶ ବାଢି ସାହାଯ୍ୟରେ ଚାଲୁଥିଲେ । ନିଜର ବୋଲି କେବଳ ସ୍ୱାମୀ ଛଡା ପୁଅ ଝିଅ କେହି ନାହାନ୍ତି । ସେ ଦିବ୍ୟାଙ୍ଗ ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହି ସମସ୍ୟା ବିଷୟରେ ଜାଣିବା ପରେ ଜିଲ୍ଲା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ଜଣାଇ ବୃଦ୍ଧାଙ୍କୁ ଗୋଟିଏ ହୁଇଲ ଚେୟାର ଦେବାକୁ ସମାଜସେବୀ ଯଶୋବନ୍ତ ରଣା ନିବେଦନ କରିଥିଲେ । ସମସ୍ୟା ବିଷୟରେ ଅବଗତ ହେଲା ପରେ ଡିଏସ୍‌ଏସ୍‌ଓ ଶ୍ରୀ ହୋତାଙ୍କ ନିର୍ଦେଶରେ ଜୟପାଟଣା ବ୍ଲକ ବିଏସ୍‌ଏସ୍‌ଓଙ୍କ ଜରିଆରେ ଏକ ହୁଇଲ ଚେୟାର ପ୍ରଦାନ କରାଯାଇଛି । ହୁଇଲଚେୟାର ପାଇଲା ପରେ ବୃଦ୍ଧା ମଧ୍ୟ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳବସୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

one × one =