pakka

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବାକୁ ତିନି ପ୍ରମୁଖ ଦଳର ଘମାଘୋଟ ପ୍ରୟାସ : ହେଭିୱେଟ୍‌ ନେତାଙ୍କ ଭିଡ଼ରେ କଂପୁଛି ଭୋଟ୍‌ ମଇଦାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ନିର୍ବାଚନ ତିଥି । ଆହୁରି ଆହୁରି ଜୋର୍‌ ଧରିଛି ପ୍ରଚାର । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବାକୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଏବଂ କଂଗ୍ରେସ ପକ୍ଷରୁ ଘମାଘୋଟ ପ୍ରୟାସ ଜାରି ରହିଥିବା ବେଳେ ହେଭିୱେଟ୍‌ ନେତାଙ୍କ ଭିଡ଼ରେ କଂପୁଛି ଭୋଟ୍‌ ମଇଦାନ ।

ଗତ ଥର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଅକ୍ତିଆର କରିଥିଲା ବିଜେପି । ନିଜର କାର୍ଯ୍ୟଧାରା ଓ ନିର୍ବାଚନୀ ଇସ୍ତାହାରକୁ ନେଇ ଚଳିତ ନିର୍ବାଚନରେ ମଧ୍ୟ ଅଧ୍ୟକ୍ଷ ଆସନ ସାଉଁଟିବାକୁ ବିଜେପି ଆଶା ବାନ୍ଧିଛି । ବିଜେପିର ତୁଙ୍ଗ ନେତା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଦନ ସିଂହଦେଓ, ସାଂସଦ ସଂଗୀତା କୁମାରୀ ସିଂହଦେଓ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଗତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଅନନ୍ତ ଦାଶ ତଥା ଅନ୍ୟ ବିଜେପି ନେତାଙ୍କ ଘନ ଘନ ପ୍ରଚାର ଚାଲିଥିବା ବେଳେ ମତଦାତାମାନେ ତାଙ୍କ ପଟକୁ ଟାଣି ହେବେ ବୋଲି ବିଜେପି ଆଶା ରଖିଛି ।

ଅନ୍ୟପଟେ ରାଜ୍ୟରେ ଶାସନ ଗାଦି ସଂଭାଳିଥିବା ବିଜେଡ଼ି ଦଳ ଚଳିତ ନିର୍ବାଚନରେ ବଲାଙ୍ଗିର ଜିଲ୍ଲା ପରିଷଦ ଆସନ ନିଜ ମୁଣାକୁ ଆଣିବା ପାଇଁ ଅଂଟା ଭିଡ଼ୁଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଚାଲିଥିବା ବିଭିନ୍ନ ଜନ ହିତକର ଯୋଜନା ତଥା ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ବିଜେଡ଼ି ପ୍ରତି ଭୋଟ୍‌ର ମାନଙ୍କୁ ଆକର୍ଷିତ କରିବ ବୋଲି ବିଜେଡ଼ି ଦଳ ଆଶା ବାନ୍ଧିଛି । ପୁଣି ହେଭିୱେଟ୍‌ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଟୁକୁନି ସାହୁଙ୍କ ନେତୃତ୍ୱ ତଥା ବଲାଙ୍ଗିର ରାଜ ପରିବାରର ବିଜେଡ଼ି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଓ ଅନ୍ୟ ବିଜେଡ଼ି ନେତା ମାନଙ୍କ ଘନ ଘନ ପ୍ରଚାର ବିଜେଡ଼ିକୁ ଏହି ନିର୍ବାଚନ ବିଶେଷ ସଫଳତା ପ୍ରଦାନ କରିବ ବୋଲି ବିଜେଡ଼ି ଦଳରେ ବିଶ୍ୱାସ କରାଯାଉଛି ।

ସେହିପରି କଂଗ୍ରେସ ଦଳ ମଧ୍ୟ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ପ୍ରତି ତୀକ୍ଷ୍‌ଣ ନଜର ରଖିଥିବା ଜଣାପଡ଼ିଛି । ଗତ ଥର କଂଗ୍ରେସ ଦଳ ଜିଲ୍ଲା ପରିଷଦରେ ମାତ୍ର ୨ଟି ଆସନ ସାଉଁଟି ପାରିଥିବା ବେଳେ ଚଳିତ ଥର ଅଧ୍ୟକ୍ଷ ପଦବୀ ନେବା ପାଇଁ ଜୋର୍‌ ସୋର୍‌ ପ୍ରୟାସ ଜାରି ରହିଛି । କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ଅନ୍ୟ କଂଗ୍ରେସ ଯୁବ ନେତା ମାନେ ଦଳ ପାଇଁ ବିଶେଷ ପ୍ରଚାର ଅଭିଯାନ ଜାରି ରଖିଥିବା ଦେଖିବାକୁ ମିଳିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା, ମମିତା ମେହେର ହତ୍ୟା ଘଟଣା ତଥା ଧାନ ମଣ୍ଡିରେ ଲାଗି ରହିଥିବା ନାନା ପ୍ରକାର ଅବ୍ୟବସ୍ଥାକୁ ନେଇ ନିର୍ବାଚନ ମଇଦାନକୁ ସର୍‌ଗରମ୍‌ କରୁଛି କଂଗ୍ରେସ । ଭୋଟ୍‌ଦାତାମାନେ ଚଳିତ ନିର୍ବାଚନରେ ବିଜେଡ଼ି ଓ ବିଜେପି ଉଭୟ ଦଳକୁ ଉଚିତ୍‌ ଜବାବ୍‌ ଦେବେ ବୋଲି କଂଗ୍ରେସ ବିଶ୍ୱାସ ରଖିଛି ।

jay balangir
Leave A Reply

Your email address will not be published.

fourteen − seven =