ପୋଡି ଯାଇଥିବା ମହିଳାଙ୍କୁ ଖୁସି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାଂଝରି ଗାଁର ଦେବରାଜ ପଟେଲଙ୍କ ସ୍ତ୍ରୀ ରଶ୍ମିତା ପଟେଲ ଗତ କିଛିଦିନ ତଳେ ନିଆଁ ତାପୁ ଥିବାବେଳେ ପୋଡି ଯାଇଥିଲେ । ସେ ସକାଳ ସମୟରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ତାପୁଥିଲେ । କୌଣସି ମତେ ନିଆଁ ତାଙ୍କର ଦେହରେ ଲାଗି ଯିବାରୁ ତାଙ୍କର ଦୁଇଟି ଗୋଡ ଜଳି ଯାଇଛି । ସେ ଭବାନୀପାଟଣା ମୁଖ୍ୟ ଚିକିସ୍ୟାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଖବର ଜଣେ ସ୍ୱେଛାସେବୀ ଖୁସି ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଭୁବନ ହରି ପ୍ରଧାନ ଫୋନ ଯୋଗେ ଜଣାଇଥିଲେ । ଉପଦେଷ୍ଟାଙ୍କ ନିର୍ଦ୍ଦେଶରେ ଟ୍ରଷ୍ଟର ସମ୍ପାଦକ ଯଶୋବନ୍ତ ରଣା, ବଳଭଦ୍ର ନାଏକ, ମହେନ୍ଦ୍ର ନାଏକ, ଭଗବାନ ଗୌଡ଼ ଯାଇ ସେହି ପରିବାରକୁ ଦେଖାକରି କିଛି ଆର୍ଥିକ ସହାୟତା କରିଥିଲେ । ପରେ ଭବାନୀପାଟଣାର ସଂଜୀବ ଶଥପଥୀଙ୍କୁ ଯଶୋବନ୍ତ ରଣା ସମସ୍ୟା ବିଷୟରେ ଜଣାଇଥିଲେ । ଖବର ପାଇଲା ପରେ ସମାଜସେବୀ ଆସି ସେ ମଧ୍ୟ କିଛି ଆର୍ଥିକ ସହାୟତା କରିଥିଲେ । ସଂଗଠନର ଏହିପରି କାର୍ଯ୍ୟ ବୁଦ୍ଧିଜୀବୀ ମହଲରେ ଢେର ସାରା ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

1 × 3 =

error: Content is protected !!