csstore

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍କଳ ଦିବସ ଉପଲକ୍ଷେ ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ଅଧକ୍ଷ୍ୟ ଶ୍ରୀମତୀ ସାବିତ୍ରୀ ବାଗ ସକାଳ ଘ.୭.୩୦ ମିନିଟ୍‌ରେ ସହରର ସମସ୍ତ ପ୍ରତିମୂର୍ତ୍ତୀମାନଙ୍କରେ ମାଲ୍ୟାର୍ପଣ କରିଥିଲେ । ଏହି ସମାରୋହରେ ସମସ୍ତ କାଉନସିଲ୍‌ର ଓ ନିର୍ବାହୀ ଅଧିକାରୀ ଜୟନ୍ତ ସାହୁ ଏବଂ ଅଫିସ୍‌ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଆଜି ଦିନ ୧୧ଟାରେ ସହରରେ ଥିବା ଆହାର କେନ୍ଦ୍ରର ସପ୍ତମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଓଡିଶା ସରକାରଙ୍କ ଆହାର ଯୋଜନା ମାଧ୍ୟମରେ ସହରରେ ଖାଇବାକୁ ପାଉ ନଥିବା ଲୋକମାନେ ମାତ୍ର ପାଞ୍ଚ ଟଙ୍କାରେ ସୁସାଦୁ ଖାଦ୍ୟ ପାଇ ବହୁତ ଉପକୃତ ହେଉଛନ୍ତି ଏବଂ ଆହାର ଖାଦ୍ୟର ବଣ୍ଟନ କାର୍ଯ୍ୟ ଏସ୍‌ଏଚ୍‌ଜି ମାଧ୍ୟମରେ ହେଉଥିବାରୁ ସେମାନେ ମଧ୍ୟ ଉପକୃତ ହେଉଛନ୍ତି । ଏହା ଏକ ସର୍ବବୃହତ ଲୋକାଭିମୂଖୀ ଯୋଜନା ବୋଲି ଶ୍ରୀମତୀ ବାଗ ଆଲୋକପାତ କରିଥିଲେ ।

jayashree
Leave A Reply

Your email address will not be published.