
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ ତାଳ ଗୁଡ଼ ଗ୍ରାମର ଏକ ପାହାଡ଼ ନିକଟରେ କିଛି ନିର୍ଦ୍ଧିଷ୍ଟ ଲୋକ ଗାଈ ମାରି ମାଂସକୁ ବିକ୍ରି କରିବା ପାଇଁ ବସ୍ତାରେ ଭର୍ତ୍ତିକରି ଅନ୍ୟତ୍ର ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ବିରୋଧ କରିଥଲେ । ଜୟପାଟଣା ପୋଲିସ ସହ ମୁଖିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋମାଂସକୁ ଜବତ କରିବା ସହ ସଂପୃକ୍ତ କିଛି ଲୋକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ଅନେକ ଦିନଧରି ଏହି କାର୍ଯ୍ୟରେ ଲିପ୍ତ ଥିବାର ପ୍ରକାଶ କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସଂପୃକ୍ତ ଅଭିଯୁକ୍ତ ମାନଂକ ପରିବାର ଲୋକେ ପାଟି ତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା । ପ୍ରାଣୀ ସମ୍ପଦ ବିଭାଗ ମଧ୍ୟ ମାଂସ ଚିହ୍ନଟ ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି । ଏ ଘଟଣାକୁ ବିଭିନ୍ନ ହିନ୍ଦୁ ସଂଗଠନ ପ୍ରତିକ୍ରିୟା ପ୍ରକାଶ କରିବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।