
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ବିଶ୍ୱ ଶ୍ରମିକ ଦିବସ ପାଳିତ । ସ୍ଥାନୀୟ କୋଶଳ କଳା ମଣ୍ଡଳ ଠାରେ ବଲାଙ୍ଗିର ଜିଲ୍ଲା ଶ୍ରମିକ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ବଡ଼ ଧୁମ୍ଧାମ୍ରେ ପାଳନ କରାଯାଇଛି । ଶ୍ରମିକ ସଂଗଠନର ସଂପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ ଓ କୋଶଳବାଦୀ ନେତା ପ୍ରମୋଦ ମିଶ୍ର ଅତିଥି ଭାବରେ ମଞ୍ଚରେ ମଞ୍ଚାସିନ ଥିଲେ । ଶ୍ରମିକଙ୍କ ହକ୍ ଦିଗରେ ସଭାରେ ଆଲୋଚନା ହୋଇଥିଲା ।