mahavir

ପଞ୍ଚ ପରିବର୍ତ୍ତନ ମାଧ୍ୟମରେ ଭାରତ ବିଶ୍ୱ ଗୁରୁ ହୋଇପାରିବ : ପ୍ରମୁଖ ଜନ ସଂଗୋଷ୍ଠୀ କାର୍ଯ୍ୟକ୍ରମରେ ଭାରତ ଭୂଷଣଙ୍କ ମନ୍ତବ୍ୟ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶୁକ୍ରବାର ସଂଧ୍ୟାରେ ସ୍ଥାନିୟ ଡି. ଏନ୍. ରିସର୍ଟ ଠାରେ ପ୍ରମୁଖ ଜନ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ବଲାଙ୍ଗିର ବିଭାଗ ସଂଘ ଚାଳକ ଜତିନ୍ଦ୍ର ମୋହନ ପାଠୀ, ମୁଖ୍ୟବକ୍ତା ଭାବେ ସଂଘର ଅଖିଳ ଭାରତୀୟ ସହ ସମ୍ପର୍କ ପ୍ରମୁଖ ଭାରତ ଭୂଷଣ ଅରୋରା ମଞ୍ଚାସିନ ଥିଲେ । ମୁଖ୍ୟବକ୍ତା ଭାରତ ବର୍ଷର ଗୌରବଶାଳୀ ଇତିହାସ ସହିତ ସଂଘର ଶହେ ବର୍ଷର ଯାତ୍ରା ସମ୍ପର୍କରେ ଏକ ଭାବଦୀପକ ଅଭିଭାଷଣ ପ୍ରଦାନ କରିଥିଲେ । ୧୯୨୫ ମସିହାରେ ମାତ୍ର କିଛି ସ୍ୱୟଂ ସେବକଙ୍କୁ ନେଇ ଆରମ୍ଭ ହୋଇଥିବା ସଙ୍ଘ ଏବେ ବିଶ୍ୱର ସର୍ବ ବୃହତ ସ୍ୱୟଂ ସେବୀ ସଂଗଠନ ହୋଇପାରିଛି, ନିଜର ଅଭିନବ କାର୍ଯ୍ୟ ପଦ୍ଧତି ତଥା କାର୍ଯ୍ୟକର୍ତ୍ତା ମାନଙ୍କର ତ୍ୟାଗ ତପସ୍ୟା କାରଣରୁ ଏହା ସମ୍ଭବ ହୋଇପାରିଛି । ଉପସ୍ଥିତ ପ୍ରବୁଦ୍ଧ ନାଗରିକମାନଙ୍କୁ ସମାଜ ପରିବର୍ତ୍ତନରେ ସହଯୋଗ କରିବା ପାଇଁ ପଞ୍ଚ ପରିବର୍ତ୍ତନକୁ ନିଜ ଜୀବନରେ ପାଳନ କରିବା ପାଇଁ ଆହ୍ୱାନ କରିଥିଲେ । ପଞ୍ଚ ପରିବର୍ତ୍ତନମାନେ ହେଉଛି ସାମାଜିକ ସମରସତା, କୁଟୁମ୍ୱ ପ୍ରବୋଧନ, ପର୍ଯ୍ୟାବରଣ ସଂରକ୍ଷଣ, ସ୍ୱର ଜାଗରଣ ତଥା ନାଗରିକ କର୍ତ୍ତବ୍ୟ ପାଳନ । ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନଙ୍କ ମଧ୍ୟରେ ଟିଟିଲାଗଡ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଡ. ଓଁକାର ହୋତା, ଓମ ଭ୍ୟାଲି ସ୍କୁଲର ଚେୟାରମେନ ଲାୟନ ଦୀପକ ସାହୁ, ଟିଟିଲାଗଡ ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ଜ୍ୟୋତି ପ୍ରକାଶ ଗଡତିଆ, ନାଗରିକ ମଞ୍ଚର ସଭାପତି ରାଧାକାନ୍ତ ପାଢ଼ୀ, ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡଙ୍ଗୀ, ସରପଞ୍ଚ ସଙ୍ଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ଚେମ୍ବର୍ ଅଫ୍ କମର୍ସର ସଭାପତି ଈଶ୍ୱର ଚାନ୍ଦ ଜୈନ, ବିଶିଷ୍ଟ ସ୍ତମ୍ଭକାର ଛାୟାକାନ୍ତ ଷଡ଼ଙ୍ଗୀ, ସାହିତ୍ୟିକ, ବ୍ୟବସାୟୀ, ପୂର୍ବତନ ସୈନିକ, ଆଦିବାସୀ ନେତା, ସହରର ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟ, ସାମାଜିକ ନେତା ବିଦ୍ୟାଧର ଭରାସାଗରଙ୍କ ସହ ନିକଟ ଅଞ୍ଚଳରୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷମାନେ ଆସି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସଙ୍ଘର କମ୍ଭୁ ପାଣି ପାଢ଼ୀ, ଡମ୍ବରୁ ଧର କର୍ମୀ, ଦିଲ୍ଲୀପ କୁମାର ସାହୁ, ସନ୍ତୋଷ କୁମାର ମେହେର, ନିରାକାର ଭୋଇ, ଉମେଶ ମାଝୀ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.