mahavir

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ୧୯୯୦ ମସିହାରୁ ଚାକିରି କରି ଆସୁଥିବା ବିଦ୍ୟାଳୟର ସେବକ (ପିଅନ) ରାଜ କିଶୋର ପଧାନଙ୍କୁ ନିମନ୍ତ୍ରିତ ଅତିଥି ଓ ସହକର୍ମୀଙ୍କ ଉପସ୍ଥିତିରେ ମାନପତ୍ର ଓ ଉପଢୌକନ ସହ ବିଦାୟକାଳୀନ ସମ୍ବର୍ଦ୍ଧର୍ନା ଦିଆଯାଇଥିଲା । ମୁଖ୍ୟବକ୍ତା ତଥା ବିଦ୍ୟାଳୟର ପୁରାତନ ସଂସ୍କୃତ ଶିକ୍ଷକ ରାଜ କିଶୋର ପଣ୍ଡା ଶ୍ରୀ ପଧାନଙ୍କର ଦୀର୍ଘ ୩୭ ବର୍ଷ ଧରି ଚାକିରି ଜୀବନର ଅଭିଜ୍ଞତା ଓ କର୍ତ୍ତବ୍ୟନିଷ୍ଠା ଉପରେ ଆଲୋକପାତ କରିଥିବା ବେଳେ ନିମନ୍ତ୍ରିତ ଅତିଥି ତଥା ପୁରାତନ ଶିକ୍ଷକ ଅଶୋକ କୁମାର ପଣ୍ଡା, ପ୍ରଭାତ ସାହୁ, ଦିବ୍ୟ କିଶୋର ପଧାନ, ବିଶେଶ୍ୱର ଝାଙ୍କର, ବୃଷଭ ନାଗ ପ୍ରମୁଖ ନିଜ ନିଜ ଅନୁଭୁତିର ସ୍ମୃତିଚାରଣ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ନମିତା ପାଣିଗ୍ରାହୀ ଉପଢୌକନ ଦେବାରେ ସହଯୋଗ କରିଥିବା ବେଳେ ରଞ୍ଜିତା ରଣା ମାନପତ୍ର ପଠନ କରିଥିଲେ । ସଭାକୁ ଅଜିତ କୁମାର ରାଉତ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଧୀରେନ୍ଦ୍ର ସୁନା । ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷିକା ଓ ଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.