jayashree

କୁର୍ଲୁବାହାଲ ହାଇସ୍କୁଲରେ ଜୋନାଲସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ବିଦ୍ୟାଳୟ ସମୂହ ଜୋନାଲସ୍ତରୀୟ ୧ର ଖେଳକୁଦ ଚୟନ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । ତିନି ଦିନଧରି କୁର୍ଲୁବାହାଲ ହାଇସ୍କୁଲଠାରେ ଚାଲିଥିବା ଖୋଖୋ, କବାଡି, ଫୁଟବଲ, କ୍ରିକେଟ ଏବଂ ଏଥେଲେଟିକରେ ବିଭିନ୍ନ ବିଦ୍ୟାଳୟରୁ ଖେଳାଳିମାନେ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ରଘୁନାଥ ଗିରିଙ୍କ ସଭାପତିତ୍ୱରେ ମୁରିବାହାଲ ବିଦ୍ୟାଳୟ କ୍ରୀଡା ସମ୍ପାଦକ କୁବେର ଲାଲ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍କୁଲର ଖେଳ ଶିକ୍ଷକ ବିନୋଦ ମହାପାତ୍ର, ରମେଶ ବିଶି, ସୁରେଶ ବେହେରା, ପ୍ରସନ୍ନ ହାତୀ, ଶ୍ରୀକାନ୍ତ ପ୍ରଧାନ, ମଧୁସୂଦନ ସାହୁ ଏବଂ ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକ ଉପସ୍ଥିତ ଥିଲେ । ଶିକ୍ଷକ ନରେନ୍ଦ୍ର ମେହେର, ଅନାର୍ଯ୍ୟ ସୁନା, କ୍ଷମାନିଧି ପୁଟେଲ, ଚକ୍ରଧର ସାହୁ, ଯଶୋବନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.