jayashree

ମୁରିବାହାଲ କ୍ଲଷ୍ଟରରେ ତୃତୀୟ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ କ୍ଲଷ୍ଟର ଅଧୀନ ଷ୍ଟେସନପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ତୃତୀୟ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କ୍ଲଷ୍ଟର ଅଧୀନସ୍ଥ ସମସ୍ତ ଏଲିମେଣ୍ଟାରି ସ୍କୁଲର ପ୍ରଧାନ ଶିକ୍ଷକ ଓ ଏଫଏଲଏନ୍ ଶିକ୍ଷକମାନେ ଯୋଗଦେଇଥିଲେ । ଏଥିରେ ୭ ଜଣ ପ୍ରଧାନ ଶିକ୍ଷକ ଓ ୮ ଜଣ ସହକାରୀ ଶିକ୍ଷକ ଉପସ୍ଥିତ ଥିଲେ । ବୈଠକରେ ମୁରିବାହାଲ କ୍ଲଷ୍ଟରର ସିଆର୍‌ସିସି ହୃଷିକେଶ ଶିକା ଓ ସିଆର୍‌ଜି ଗଙ୍ଗାଧର ତେଲି ଉପସ୍ଥିତ ରହି ବିଭିନ୍ନ ଏଜେଣ୍ଡା ଓ ଶିକ୍ଷା ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା କରିଥିଲେ । ଭୋଜନ ବିରତି ପରେ ମୁରିବାହାଲ ବିଇଓ ଶାନ୍ତନୁ କୁମାର ପଢ଼ିହାରୀ ବୈଠକସ୍ଥଳ ପରିଦର୍ଶନ କରିଥିଲେ । ସେ ଏଜେଣ୍ଡାରେ ଥିବା ବିଭିନ୍ନ ବିଷୟ ସମ୍ପର୍କରେ ଶିକ୍ଷକମାନଙ୍କୁ ମାର୍ଗଦର୍ଶନ ଦେବା ସହିତ ବିଦ୍ୟାଳୟ ସମ୍ବନ୍ଧୀୟ ଗତ ବର୍ଷଗୁଡ଼ିକର ବିଭିନ୍ନ କାର୍ଯ୍ୟକ୍ରମର ଡକ୍ୟୁମେଣ୍ଟସନ୍ ସୁଚାରୁ ଭାବେ ପ୍ରସ୍ତୁତ ଓ ସଂରକ୍ଷଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଏଫ୍‌ଏଲ୍‌ଏନ୍‌ କାର୍ଯ୍ୟକ୍ରମର ସଫଳ ରୂପାୟଣ, ଶିକ୍ଷାର ଗୁଣାତ୍ମକ ବିକାଶ ଓ ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ନେଇ ଆବଶ୍ୟକ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.