
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସ୍ପାର୍କ ଉତ୍ସବ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ପରିସର ଉତ୍ସବମୁଖର ହୋଇଉଠିଥିଲା । ଆଦର୍ଶ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ତ୍ରିବିକ୍ରମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦଙ୍କ ବ୍ଲକ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ବେହେରା, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ, ମୁଖ୍ୟବକ୍ତା ଭାବେ ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ କବିରାଜ ସୁରେନ୍ଦ୍ର ଭୋଇ, ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏନ ସଭାପତି ଦୁର୍ଗାନନ୍ଦ ମହାକୁର, ଉପସଭାପତି ଗିରିଧାରୀ ସାହୁ, ପ୍ରେମାନନ୍ଦ ତାଣ୍ଡି, ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ ଓ କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ଅନୁଷ୍ଠାନର ଗୌରବମୟ ଇତିହାସ, ଶିକ୍ଷା, ସଂସ୍କୃତି ଓ ସାମାଜିକ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଉନ୍ନତି ଓ ସଫଳତା ପାଇଁ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଅବଦାନକୁ ପ୍ରଶଂସା କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ସଙ୍ଗୀତ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ତଥା ସମାଜର ଅନ୍ୟାନ୍ୟ କ୍ଷେତ୍ରରେ ସଫଳ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଓଡ଼ିଆ ଶିକ୍ଷକ ଶଙ୍କର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଇଂରାଜୀ ଶିକ୍ଷକ ଅରବିନ୍ଦ ବନଛୋର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ରିଙ୍କି ହରିପାଲ,ରୀତିକା ଖମାରୀ, ସଂଘମିତ୍ରା କର୍ମୀ, ପ୍ରଭାସ ରଞ୍ଜନ ମେହେର, ଆଲୋକ କୁମାର ଦାଶ, ସୁନୀଲ କୁମାର ନାୟକ, ରାଜୀବ ପୁଟେଲ, ହିମାଂଶୁ ଭୁଏ, ସ୍ୱରୂପ ଠାକୁର, ରୋଶନ କୁମାର ମିଶ୍ର, ଅଜିତ ମହାକୁର, ବିଘ୍ନରାଜ ବାରିକ, ସୁବ୍ରତ କୁମାର ବଗର୍ତ୍ତୀ, ଅସୀମ ପଟେଲ, ସୁନନ୍ଦ ପଧାନ, ଆକାଶ ହରିପାଲ, କିଶୋର ଚନ୍ଦ୍ର ମୁଦୁଲି, ପ୍ରଦୀପ ନନ୍ଦ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ବିଦ୍ୟାଳୟ କର୍ମଚାରୀ ଡୋଳାମଣୀ ବାଗ, ଦିବ୍ୟ ବାରିକ ଓ ବାବୁଲାଲ ଠାକୁର ସହଯୋଗ କରିଥିଲେ ।