jayashree

କଣ୍ଟାବାଞ୍ଜି ବିଧାୟକଙ୍କୁ ବିପର୍ଯ୍ୟସ୍ତ ରାସ୍ତା ସମସ୍ୟା ନେଇ ଲେଞ୍ଝା ଗ୍ରାମବାସୀଙ୍କ ଦାବିପତ୍ର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ବାଙ୍କେଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲେଞ୍ଝା ଗ୍ରାମବାସୀ ମାତ୍ର ୩ କିମି ବିପର୍ଯ୍ୟସ୍ତ ରାସ୍ତା ସମସ୍ୟା ପାଇଁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଶୁକ୍ରବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଉପଜିଲ୍ଲାପାଳ ଓ ଟିଟିଲାଗଡ଼ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମଧ୍ୟ ଅଭିଯୋଗ କରିଥିଲେ ମଧ୍ୟ କେହି କିଛି ଶୁଣୁ ନଥିବାରୁ ବିଧାୟକଙ୍କ ପାଖରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨ହଜାର ଲୋକ ରହୁଥିବା ଲେଞ୍ଝା ଗ୍ରାମଠାରୁ ଭାଟିପଡାକୁ ମାତ୍ର ୩ କିମି ଦୀର୍ଘ ଦିନରୁ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ବର୍ଷାଦିନେ ଏହି ରାସ୍ତାରେ ଚାଲି କରି ଯିବା ମଧ୍ୟ ସମ୍ଭବପର ହୋଇପାରୁନାହିଁ । ଯାତାୟତ ପାଇଁ ଏହି ରାସ୍ତାଟି ଟିଟିଲାଗଡ଼କୁ ସିଧାସଳଖ ସଂଯୋଗ କରୁଥିବାରୁ ମାତ୍ର ୩ କିମି ପରିବର୍ତ୍ତେ ୧୫ କିମି ବୁଲିକି ଯିବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରି ନିରାଶ ହେବା ପରେ ଏବେ ବିଧାୟକଙ୍କ ପାଖରେ ଲିଖିତ ଦାବୀପତ୍ର ପ୍ରଦାନ କରାଯାଇଛି, କେବେ ରାସ୍ତା ସମସ୍ୟା ସୁଧୁରିବ ଦେଖିବାକୁ ବାକି ରହିଲା ବୋଲି ଗ୍ରାମବାସୀ ଆଶଙ୍କା ପ୍ରକଟ କରିଛନ୍ତି ।

Leave A Reply

Your email address will not be published.