jayashree

ବାନ୍ଦୁପଲା କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଦୁପଲା କ୍ଲଷ୍ଟର ଅଧିନସ୍ଥ ଲେତେରମାଲ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ସିଆରସିସି ଲିଲୁ ମୋହନ ପଧାନଙ୍କ ଆହ୍ୱାନକ୍ରମେ ଲେତେରମାଲ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ମହେନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିତେନ୍ଦ୍ର କୁମାର ନାଗ, ପ୍ରଧାନ ଶିକ୍ଷକ, ସରଗୁଲ ଉ.ପ୍ରା. ବିଦ୍ୟାଳୟ, ସମ୍ମାନିତ ଅତିଥି ଜିତେନ୍ଦ୍ର ମାଝୀ, ପ୍ରଧାନ ଶିକ୍ଷକ, ଚଲକି ଉ.ପ୍ରା. ବିଦ୍ୟାଳୟ, ଯୋଗଦେଇଥିଲେ । ଏହି ଅବସରରେ ବାନ୍ଦୁପଲା କ୍ଲଷ୍ଟରର ନୂତନ ଭାବେ ଯୋଗ ଦେଇଥିବା ସିଆରଜି ନିମାନନ୍ଦ ଖମାରୀଙ୍କୁ ଜଗମୋହନ ରାଉତ,ପ୍ରଧାନ ଶିକ୍ଷକ, ଯଇଁନ୍ତରା ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିଥିଲେ । ସଭା ପ୍ରାରମ୍ଭରେ ଏହି ବୈଠକର ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ବିଷୟରେ ଶ୍ରୀମନ୍ତ କୁମାର ନାୟକ, ପ୍ରଧାନ ଶିକ୍ଷକ, କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦବୋଧନ ଦେଇଥିଲେ । ଏହା ପରେ ସିଆରସିସି ଲିଲୁ ମୋହନ ପଧାନ ଏବଂ ସିଆରଜି ନିମାନନ୍ଦ ଖମାରୀ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଗଠନ ମୂଳକ ଆକଳନ ସମାପ୍ତି ସୂଚକ ଆକଳନର ରୂପରେଖ ବିସ୍ତୃତ ଭାବରେ ବୁଝାଇବା ସହ, ସେପ୍ଟେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ସାମଗ୍ରିକ ପ୍ରଗତି ପତ୍ର, ଗ୍ୟାଲେରୀ କାର୍ଯ୍ୟ, ପିଏମ ଇ ବିଦ୍ୟା, ଦିକ୍ଷ୍ୟା ରେଜିଷ୍ଟ୍ରେସନ ପ୍ରୋସେସ, ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ମୌଳିକ ସାକ୍ଷାରତା, ମୌଳିକ ସଂଖ୍ୟାଜ୍ଞାନ ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦଳଗତ ମାଧ୍ୟମରେ ପାଠ ଯୋଜନା ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ । ସମସ୍ତ ବିଦ୍ୟାଳୟର ଶିକ୍ଷଣ ସୋପାନ ରେଜିଷ୍ଟର, ମାସିକ ବୈଠକ ରେଜିଷ୍ଟର, ଦୈନିକ ପାଠ ଯୋଜନା ଇତ୍ୟାଦି ସିଆରସିସି ଲିଲୁ ମୋହନ ପଧାନ ଠିକ ଭାବରେ ସମ୍ପାଦନ କରିବାକୁ କହିଥିଲେ ଓ ଭେରିଫିକେସନ ମଧ୍ୟ କରିଥିଲେ । ଶେଷରେ ଶିକ୍ଷକ ନନ୍ଦିକିଶୋର ଭୋଇ, ଶିକ୍ଷକ, ନୂଆପଡା ପ୍ରାଥମିକ ବିଦ୍ୟାଳୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବୈଠକଟିକୁ ସୁପରିଚାଳନା କରିବା ନିମନ୍ତେ ଉଦୟଭାନୁ ସାହୁ, ଯୁଧିଷ୍ଠିର ଗହୀର, ନନ୍ଦି କିଶୋର ଭୋଇ, ବୈକୁଣ୍ଠ ମେହେର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.