ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ଦ୍ୱାରା ବ୍ୟାଟେରୀ ଗାଡି ସୋ ରୁମ୍‌ ଉଦ୍‌ଘାଟିତ

ବୌଦ୍ଧ, (ବଂଶୀଧର ମାଝୀ) : ପରିବେଶ ବ୍ୟାପକ ଭାବରେ ପ୍ରଦୂଷିତ ହେବା ଯୋଗୁଁ ପାଣିପାଗରେ ଅନିୟମିତତା ଦେଖାଦେଇଛି । ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବେଶର ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ପ୍ରଦୂଷଣ କମାଇବାକୁ ବିଭିନ୍ନ ଉପାୟମାନ ଅବଲମ୍ବନ କରୁଛନ୍ତି । ଯାନବାହାନ ଗୁଡିକରୁ ନିର୍ଗତ ଧୂଆଁ ପରିବେଶକୁ ଅଧିକ ମାତ୍ରାରେ ପ୍ରଦୂଷିତ କରିବା ସହିତ ପାଣିପାଗ ଉପରେ ମଧ୍ୟ ପ୍ରଭାବ ପକାଉଛି । ତେଣୁ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଯାନବାହାନ ସଂଖ୍ୟା ଉପରେ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାର ଆଇନ ତିଆରି କରାଯିବା ସହିତ କଡାକଡି ଭାବରେ ଏହାକୁ ପାଳନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହିଭଳି ସମୟରେ ବ୍ୟାଟେରୀ ଚାଳିତ ଗାଡି ପରିବେଶ ବଞ୍ଚାଇବାକୁ ବରଦାନ ସଦୃଶ୍ୟ ହୋଇଛି ବୋଲି ମତ ପ୍ରକାଶ ପାଇଛି । ସରକାର ଅଧିକ ମାତ୍ରାରେ ବ୍ୟାଟେରୀ ଚାଳିତ ଯାନବାହାନ ବିକ୍ରୟ ଉପରେ ଗୁରୁତ୍ୱ ଦେବା ସହିତ ଏଥିପାଇଁ ନିୟମରେ ମଧ୍ୟ କୋହଳ କରିଛନ୍ତି । ବୌଦ୍ଧ ଟାଉନ ହଲ୍‌ ସମ୍ମୁଖରେ ଏକ ବ୍ୟାଟେରୀ ଚାଳିତ ଗାଡି ସୋ ରୁମ୍‌କୁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ ପରିବେଶ ଓ ଜଳବାୟୁ ପ୍ରରିବର୍ତ୍ତନ ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦ୍‌ଘାଟନ କରିବା ସହିତ ନିଜେ ବ୍ୟାଟେରୀ ଗାଡି ଚଳାଇ ଅନ୍ୟମାନଙ୍କୁ ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ରଙ୍କ ସମେତ ସୋ ରୁମ୍‌ ମାଲିକ ନିରଞ୍ଜନ ନାୟକ ଓ ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

8 − 3 =