pakka

ଡ. ନବୀନ କୁମାର ସାହୁଙ୍କ ଶ୍ରାଦ୍ଧ ଦିବସ ଓ କବିତା ପାଠୋତ୍ସବ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଦ୍ୱାରା ଡ଼. ନବୀନ କୁମାର ସାହୁଙ୍କର ଶ୍ରାଦ୍ଧ ବାର୍ଷିକୀ ପାଳନ ଓ କବିତା ପାଠୋତ୍ସବ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଘର ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ ସଭାପତିତ୍ୱ କରିଥିଲେ । ଇସ୍ପାତ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ଼. ସାକୀର୍ ହୁସେନ୍ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସଙ୍ଘର ଅନ୍ୟତମ ଉପସଭାପତି ଡ଼.ପ୍ରଭାତ କୁମାର ମଲ୍ଲିକ ଅନ୍ୟତମ ବକ୍ତା ଭାବେ ନିଜ ବକ୍ତବ୍ୟ ରଖିଥିଲେ । ସଂଘର ବରିଷ୍ଠ ଉପଦେଷ୍ଟା ଭାରତ ଭୂଷଣ ମହାନ୍ତି ଓ ସାଧାରଣ ସମ୍ପାଦକ ରାଧାମୋହନ ନାୟକ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ସହ ଡ଼. ନବୀନ କୁମାର ସାହୁଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଉପସଭାପତି ଶ୍ରୀ ବୋଇତାଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ବକ୍ତା ଡ଼. ମଲ୍ଲିକ ସଂକ୍ଷେପରେ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଡ଼.ସାକୀର୍ ହୁସେନ ଡ଼.ସାହୁଙ୍କ ସ୍ମୃତିଚାରଣ କରି ତାଙ୍କର ଇତିହାସ ଓ ସାହିତ୍ୟ ପ୍ରତି ଥିବା ଅବଦାନ ଉପରେ ଆଲୋକପାତ କରିଥିଲେ । ଅତିଥିମାନେ ତାଙ୍କ ବକ୍ତବ୍ୟରେ ଅତିତରୁ ହିଁ ଇତିହାସର ସୃଷ୍ଟି କହିବା ସହ ଇତିହାସର ପ୍ରତ୍ନତତ୍ତ୍ୱ ବିଭାଗ ଓ ପୁରାତନ ଶିଳା ଲିପିକୁ ନେଇ ତାଙ୍କର ଐତିହାସିକ ଗବେଷଣା ଉପରେ ଆଲୋଚନା କରିଥଲେ । ନିଃସନ୍ତାନ ହୋଇ ମଧ୍ୟ ସମସ୍ତ ସାହିତ୍ୟ ଅନୁଷ୍ଠାନଗୁଡିକୁ ନିଜର ସନ୍ତାନ ରୂପେ ଭଲ ପାଉଥିଲେ ଡ. ସାହୁ । ତାଙ୍କର ଅଧୁରା ସ୍ୱପ୍ନକୁ ଡ଼. ହୁସେନ ପୁରା କରିବାର ପ୍ରତିଶୃତି ଦେଇଥିଲେ । ଡ଼.ପ୍ରଭାତ କୁମାର ମଲ୍ଲିକ ଐତିହାସିକ ଗବେଷକ ଡ. ସାହୁଙ୍କ ଉପରେ ସ୍ମୃତିଚାରଣ କରି ସାହିତ୍ୟ ଓ ଇତିହାସ ପ୍ରତି ଥିବା ତାଙ୍କର ଅବଦାନ ଉପରେ ପର୍ଯ୍ୟାଲୋଚନା କରିଥଲେ । ସଂଘର ସାଂସ୍କୃତିକ ସମ୍ପାଦକ ଇଂ ଅଶୋକ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥଲେ ।

ଦ୍ୱିତୀୟ ପର୍ଯ୍ୟାୟରେ ଉପେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ୱରେ ସ୍ମିତା ମିଶ୍ର ଓ ରଶ୍ମି ସାହୁଙ୍କର ସଂଯୋଜନାରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । କବି କୁଞ୍ଜ ବିହାରି ରାଉତ, ସ୍ୱର୍ଣ୍ଣପ୍ରଭା ଦତ୍ତ, ଅଜୟ କୁମାର ମହାନ୍ତି, ଅଭିରାମ ପ୍ରଧାନ, ଅର୍ଚ୍ଚନା ପାତ୍ର, ବିନତା ମହାନ୍ତ, ଅଶୋକ କୁମାର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ସେଠୀ, ପ୍ରଫୁଲ୍ଲ କୁମାର ସାମଲ, ବସନ୍ତ ବିଶ୍ଵକର୍ମା ଅଞ୍ଜଳି ପ୍ରଭା ପଟ୍ଟନାୟକ, ସୁନିଲ୍ ମହାନ୍ତି ଓ ସଂଯୋଜିକା ଦ୍ୱୟ ପ୍ରମୁଖ କବିତା ପାଠ କରିଥଲେ । କବି ଅର୍ଚ୍ଚନା ପାତ୍ର ଓ ସୁଶ୍ରୀ ଅଞ୍ଜଳି ପ୍ରଭା ପଟ୍ଟନାୟକଙ୍କୁ ପ୍ରଗତି ଉତ୍କଳ ସଂଘର ଆଜୀବନ ସଭ୍ୟ ଭାବେ ସ୍ୱାଗତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅରବିନ୍ଦ ପାତ୍ର, ଘନଶ୍ୟାମ ଧଳ, ଶୁଭ୍ରାଂଶୁ ମହାପାତ୍ର, ଅର୍ଜୁନ ଭୂୟାଁ, ପ୍ରସନ୍ନ ମହାନ୍ତି, ପଶୁପତି ନାଥ ଚାଟାର୍ଜୀ, ପୂର୍ଣ୍ଣଚନ୍ଦ୍ର ଜେନା, ରତିକାନ୍ତ ମିଶ୍ର, କନକ ଲତା ମିଶ୍ର, ଇନ୍ଦ୍ରମଣି ମହାପାତ୍ର, ଧରଣୀଧର ସାମଲ, ତ୍ରିଲୋଚନ ସ୍ୱାଇଁ, ଅକ୍ଷୟ ଦାସ, ବିକ୍ରମ ଆଚାର୍ଯ୍ୟ, ପରୀକ୍ଷିତ ଗୁରୁ, ବିଭୁଦତ୍ତ ବେହେରା ଆଦି ସହଯୋଗ ପ୍ରଦାନ କରିଥଲେ । ପରିଶେଷରେ ସଂଘର ସାଧାରଣ ସମ୍ପାଦକ ରାଧା ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

four × 2 =

error: Content is protected !!