pakka

ଅର୍ଦ୍ଧ ନିର୍ମିତ ଘରରେ ଚାଲିଥିଲା ଜୁଆ ଆଡ୍ଡା, ଅତର୍କିତ ଚଢ଼ାଉ କରି ୧୫ ଜୁଆଡ଼ିଙ୍କୁ ବାନ୍ଧିଲା ହିଂଜିଳି ପୋଲିସ : ୧ ଲକ୍ଷ ୫୩ ହଜାର ଟଙ୍କା ଜବତ

bbehera

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଅଞ୍ଚଳ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ସୂଚନା ପାଇ ଅତର୍କିତ ଚଢ଼ାଉ କଲା ହିଂଜିଳି ପୋଲିସ । ଚଢ଼ଉ ବେଳେ ୧୫ ଜଣ ଜୁଆଡ଼ିଙ୍କୁ ଧରିଥିବା ବେଳେ ସେମାନଙ୍କ ଠାରୁ ଲକ୍ଷେ ୫୩ ହଜାର ଟଙ୍କା ସହ ୧୮ଟି ଦାମୀ ମୋବାଇଲ ଜବତ କରିଛି ପୋଲିସ । ସୂଚନା ମୁତାବିକ, ଗତକାଲି ସାରୁ ଗ୍ରାମରେ ଏକ ଅର୍ଦ୍ଧ ନିର୍ମିତ ଘରରେ ପେଷାଦାର ଜୁଆଡିଙ୍କ ଜୁଆ ଖେଳ ଚାଲିଥିଲା । ଏ ସମ୍ପର୍କରେ ହିଂଜିଳି ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏହି ସମୟରେ ହିଂଜିଳି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଅତର୍କିତ ଭାବେ ସାରୁ ଗ୍ରାମରେ ଚଢ଼ାଉ କରିଥିଲେ । ଯାହା ଫଳରେ ଉକ୍ତ ସ୍ଥାନରୁ ହିଂଜିଳି ସମେତ ବାହାର ଗ୍ରାମର ମୋଟ ୧୫ଜଣ ଜୁଆଡ଼ିଙ୍କୁ ଧରିବା ସକ୍ଷମ ହୋଇଛି ପୋଲିସ । ଏଥିସହିତ ୧୮ଟି ଦାମୀ ମୋବାଇଲ ଜବତ କରାଯାଇଛି । ଜୁଆ ଆଡ୍ଡା ସହ ସପୃକ୍ତି ଥିବା ଅନ୍ୟ ଜୁଆଡ଼ିଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

13 − four =

error: Content is protected !!