p purohi

ଗମ୍ଭାରୀଗୁଡାରେ ଧାନ ମଣ୍ଡି ଉଦ୍‌ଘାଟନ କଲେ ବ୍ଲକ ଉପାଧ୍ୟକ୍ଷ

dr. purohit

କୋକସରା : କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଭେମ୍ବର ୨୫ ତାରିଖରୁ ମଣ୍ଡି ଆରମ୍ଭ ହୋଇଥିଲା । ଶୁକ୍ରବାର କୋକସରା ବ୍ଲକ ଲଡୁଗାଁ ପେକ୍ସ ଅଧୀନରେ ଥିବା ଗମ୍ଭାରୀଗୁଡା ସବ୍ ମଣ୍ଡିକୁ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପେକ୍ସ ସଭାପତି ଅମର ଅଗ୍ରୱାଲ, ଗମ୍ଭାରୀଗୁଡା ସରପଞ୍ଚ ଇଶ ରାମ ସୁନାନୀ, ନାଏବ ସରପଞ୍ଚ ପ୍ରତିନିଧି ବସନ୍ତ ନାଗ, ସ୍ଥାନୀୟ ପେକ୍ସ ସମ୍ପାଦକ ପଦ୍ମନ ବାଗ ସମାଜସେବୀ ସଞ୍ଜୟ ସିଙ୍ଘଲଙ୍କ ସମେତ ପେକ୍ସ ଆରଏମ୍‌ସି କର୍ମଚାରୀ ଏବଂ ଗମ୍ଭାରୀଗୁଡା ପେକ୍ସ ଅଧିନସ୍ଥ ବଙ୍ଗୋମୁଣ୍ଡା, ଚିକିଲି ଗମ୍ଭାରୀଗୁଡା ଚାଷୀ ପୁରୁଷୋତ୍ତମ ନାଏକ, ଅଜୟ କୁମାର ସାହୁ, ରାଜେଶ ସାହୁ ସିଦ୍ଧେଶ୍ୱର ନାଏକ ଓ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ମଣ୍ଡି ଉଦ୍‌ଘାଟନ ଅବସରରେ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମଣ୍ଡିରେ ବ୍ୟବସ୍ଥିତ ଭାବରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ବ୍ଲକ ଉପାଧ୍ୟକ୍ଷଙ୍କୁ ଉପସ୍ଥିତ ଚାଷୀମାନେ ଦାବୀ କରିଥିଲେ ।

nrusinghnath
Leave A Reply

Your email address will not be published.