ତାତିଲେ ଅପରାଜିତା : ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କୁ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କୋଭିଡ଼୍‌ ନିୟମକୁ ନେଇ ଏବେ ରାଜନୀତି ମଇଦାନ୍‌ରେ ଦେଖା ଦେଇଛି ଉଷ୍ମତା । କୋଭିଡ-୧୯ ନିୟମ ଉଲଂଘନ ଯୋଗୁଁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ୧୫ ଦିନ ପାଇଁ ବିଏମ୍‌ସି ଦ୍ୱାରା ସିଲ୍‌ କରାଯିବା ପରେ ତାତିଛନ୍ତି ଅପରାଜିତା ଷଡ଼ଙ୍ଗୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିୟମ ଉଲଂଘନ ସଂକ୍ରାନ୍ତୀୟ ଦସ୍ତାବିଜ ପଠାଇଛନ୍ତି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ । ତେବେ ସୂଚନା ଅନୁସାରେ ସେ ପଠାଇଥିବା ଦସ୍ତାବିଜରେ ୧୭ଟି ଫଟୋ ଏବଂ ଗୋଟିଏ ଭିଡ଼ିଓ ରହିଛି । ଏହା ପଠାଇ ସେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିବା ଜଣାପଡ଼ିଛି । ତେବେ ସେ ରୋକ୍‌ଠୋକ୍‌ ଅଙ୍ଗିଳି ନିର୍ଦ୍ଦେଶ କରିଛନ୍ତି ଶାସକ ଦଳ ଉପରେ । ଶାସକ ଦଳର ନେତା ମନ୍ତ୍ରୀମାନେ କୋଭିଡ-୧୯ କଟକଣାକୁ ଉଲଂଘନ କରୁଥିବା ବେଳେ ତାଙ୍କ ବିରୁଦ୍ଧାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ତାଙ୍କ ଅଫିସ୍‌ ସିଲ୍‌ ଘଟଣାରେ ପ୍ରଶାସନ ପକ୍ଷପାତିତା ଅବଲମ୍ବନ କରିଥିବା ସେ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.