ଜୋର୍‌ ଜୁଲୁମ୍‌ର ଶିକାର ହେଉଛ‌ନ୍ତି ଅଭିଭାବକ : ଉପଜିଲ୍ଲାପାଳ‌ଙ୍କୁ କଲେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମାଡରେ ସବୁପଟେ ଆର୍ଥିକ ଅବସ୍ଥା ଦୋହଳି ପଡିଥିବା ବେଳେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପଦ୍ମପୁର ସହରର ଭେଉଁରିଆ ଗ୍ରାମର କେତେକ ଅଭିଭାବକ ଲିଖିତ ଭାବେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ଅଭିଯୋଗ କରିଛନ୍ତି । ଏଠାକାର ଚାଷୀଠୁ ଆରମ୍ଭ କରି ମଳିମୁଣ୍ଡିଆ ଯାଏଁ ନିଜ ନିଜ ପୁଅଝିଅଙ୍କ ଉଜ୍ଜଳ ଭବିଷ୍ୟତ ତଥା ଖୁବ ଭଲ ସଂସ୍କାରରେ ଗଢ଼ି ତୋଳିବା ପାଇଁ ଦୀର୍ଘ ୫ ରୁ ୭ ବର୍ଷ ହେବ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ନାମ ଲେଖାଇ ପାଠ ପଢାଇ ଆସୁଥିଲେ । ହେଲେ ପାଖାପାଖି ଆଠ ମାସ ହେବ ସାରା ବିଶ୍ୱରେ କରୋନା ଆତଙ୍କରାଜ ଚଳାଇଥିବା ବେଳେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି । ଏ ପଟେ ରୋଗ ଦାଉରୁ ଚାଷକୁ ରକ୍ଷା ମଧ୍ୟ କରି ହେଲାନି କହିଲେ ଚଳେ । ଯାହା ଜଣାପଡୁଛି ଏ ବର୍ଷ ଠିଆ ଠିଆ ମରୁଡିର ସଙ୍କେତ ଦେଖା ଦେଉଥିବା ବେଳେ ପିଲାମାନଙ୍କ ମାସିକ ସ୍କୁଲ ଫିସ ଦେବାରେ ସ୍ୱାକ୍ଷରକାରୀ ଗଣ ଅସମର୍ଥ । ଏଭଳି ସ୍ଥିତିରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସମସ୍ତ ଫିସ ସ୍କୁଲର ପଇଠ ନ କଲେ ଆମେ ସାର୍ଟିଫିକେଟ ଦେଇ ପାରିବୁ ନାହିଁ ବୋଲି ରୋକଠୋକ୍ ମନା କରିବାରୁ ବାଧ୍ୟ ହୋଇ ଆଜି ଉପଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.