
ଜୟପାଟଣା, (ଶେଷଦେବ ବେହେରା) : ଓଡିଶା ବଞ୍ଜାରା ସେବା ସଙ୍ଘ ପକ୍ଷରୁ ଜୟପାଟଣା ବ୍ଲକ ପୁଝାରିଗୁଡା ଠାରେ ରବିବାର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଚୟନ ଓ ଆଲୋଚନା ନେଇ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ରାଜ୍ୟ ବଞ୍ଜାରା ସମାଜ ସଭାପତି ତୁଲାରାମ ନାଏକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ପ୍ରଭାରୀ ଦାୟିତ୍ୱରେ ଥିବା ଛତିଶଗଡ଼ ଅଧ୍ୟକ୍ଷ ସଦାଶିବ ରାମ ନାଏକ, ମୁଖ୍ୟ ବକ୍ତା ଭାବେ ରାଜ୍ୟ କାର୍ଯ୍ୟକାରୀ ସଭାପତି କୈଳାସ ନାଥ ନାଏକ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବଞ୍ଜାରା ସମାଜ ସଭାପତି ଶୋଭାବନ ନାଏକ, ନବରଙ୍ଗପୁର ଜିଲ୍ଲା ବଞ୍ଜାରା ସମାଜ ସଭାପତି ନାରାୟଣ ବଞ୍ଜାରା, ଝାରସୁଗୁଡା ଯୁବ ସଙ୍ଗଠନ ସଭାପତି ଗିରିଜା ଶଙ୍କର ନାଏକ, ଶ୍ୟାମ ଲାଲ ବଞ୍ଜାରା, କଳାହାଣ୍ଡି ବଞ୍ଜାରା ସଙ୍ଘ ସମ୍ପାଦକ ଲକ୍ଷ୍ମଣ ନାଏକ ନାଏକ ମଞ୍ଚରେ ଉପସ୍ଥିତ ରହି ରାଜ୍ୟ ସ୍ତରୀୟ ବଞ୍ଜାରା ସମାଜର ସାମାଜିକ ସଙ୍ଗଠନ ବିକାଶ ନେଇ ମତ ପ୍ରକାଶ କରିଥିଲେ । ଏହି ଅବସରରେ ସର୍ବ ସମ୍ମତ୍ତି କ୍ରମେ ସଭାପତି କୈଳାସ ଚନ୍ଦ୍ର ନାଏକ, ସାଧାରଣ ସମ୍ପାଦକ ଲଳିତ ନାଏକ, କୋଷାଧ୍ୟକ୍ଷ ଶୋଭାବନ ନାଏକ, ଉପ ସଭାପତି ସନ୍ଥ କୁମାର ନାଏକ, ନାରାୟଣ ବଞ୍ଜାରା, କ୍ଷମା ପ୍ରସାଦ ନାଏକ, ସମ୍ପାଦକ ଧନିରାମ ନାଏକ, ରମେଶ ନାଏକ, ବିନୋଦ କୁମାର ନାଏକ, ବିପିସିଂ ନାଏକ, ଉପ କୋଷାଧ୍ୟକ୍ଷ ଡମ୍ବରୁ ଧର ନାଏକଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ କର୍ମକର୍ତ୍ତା ଭାବେ ମନୋନୀତ କରାଯାଇଛି । ଏହି ଅବସରରେ ସଂସ୍କାର କମିଟି ସଭାପତି ଜୟଲାଲ ନାଏକ, ସମ୍ପାଦକ ବୁଦ୍ଧିରାମ ନାଏକ, ସନ୍ଥ କୁମାର ନାଏକ, ରାଜେନ୍ଦ୍ର ନାଏକ, ଅକ୍ରୁର ନାଏକ, ସନ୍ତୋଷ ବଞ୍ଜାରା, ସୁଶିଳ କୁମାର ନାଏକ, ସମସିଂ ନାଏକ ଓ ପୁଝାରିଗୁଡା ବଞ୍ଜାରା ସମାଜର ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ରାଜେନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।