jayashree

ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ସ୍ୱର୍ଗୀୟା ଦାଦି ପ୍ରକାଶ ମଣିଜିଙ୍କର ୧୯ ତମ ପୁଣ୍ୟ ତିଥି ସ୍ମୁତି ଦିଵସ ପାଳନ ଅବସରରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୋନପୁର ଉପ ଜିଲ୍ଲାପାଳ ଡଃ. ସୌମ୍ୟରୂପା ରଥ, ସମ୍ମାନୀତ ଅତିଥି ଭାବରେ ଡା. ଦୁର୍ଗାଦତ୍ତ ଦାଶ ଓ ବଡ଼ ଭଉଣୀ ବି.କେ ଜୟଶ୍ରୀ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସଭାକୁ ମନୋଜ ପଣ୍ଡା ପରିଚାଳନା କରିଥିବା ବେଳେ ଜଗନ୍ନାଥ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ । ୪୦ ଥର ରକ୍ତଦାନ କରିଥିବା ରକ୍ତଦାତା ତ୍ରିଲୋଚନ ପାଣିଗ୍ରାହୀ ଓ ୧୮ ଥର ରକ୍ତଦାନ କରିଥିବା ରକ୍ତଦାତା ଅଞ୍ଜଳୀ ପାଣିଗ୍ରାହୀ, ରକ୍ତଦାତା ମୋତିଲାଲ୍ ମେହେର, ରାଜଶ୍ରୀ ଦାଶ, ସ୍ମରଣିକା ସ୍ୱାଇଁ, ରାଜୁ ମିଶ୍ର, ରଞ୍ଜିତ୍ ମେହେର ପ୍ରମୁଖ ରକ୍ତଦାତାଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଡା. ସରୋଜ କୁମାର ପଟେଲଙ୍କ ତତ୍ୱାବଧାନରେ ରକ୍ତକେନ୍ଦ୍ରର ଟେକ୍ନିସିଆନ୍ ସୁରଭି ଲେଙ୍କା, ଡେଫୋଡିଲ୍ ପଧାନ, ଜଗତ ନାରାୟଣ ଦରୁଆନ, ସୁଶାନ୍ତ ନାଏକଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା । ବ୍ରହ୍ମ କୁମାରୀ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି ଶିବିରରେ ୨୧ ଜଣ ପୁରୁଷ ଓ ୫ ଜଣ ମହିଳା ରକ୍ତଦାନ କରିଥିଲେ ।

Leave A Reply

Your email address will not be published.