jayashree

ସୁବର୍ଣ୍ଣପୁର ସିନିୟର ଫୁଟବଲ୍ ଲିଗ ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ

  • ୨-୦ ଗୋଲରେ ରିଜର୍ଭ ପୋଲିସ ଦଳ ବିଜୟୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସିନିୟର୍ ଫୁଟବଲ ଲିଗ ମୁନିସିପାଲିଟି ଜୋନ୍ ଆଜି ଗାନ୍ଧୀ ଷ୍ଟାଡିୟମ୍ ଠାରେ ଉଦ୍‌ଘାଟିତ ହୋଇଯାଇଛି । ସୋନପୁର ରିଜର୍ଭ ପୋଲିସ ଦଳ ଓ ସୃଜନ ନାଗ ଫୁଟବଲ୍ ଏକାଡେମୀ ମଧ୍ୟରେ ଆଜି ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ବିପକ୍ଷ ଦଳ ସୃଜନ ନାଗ ଫୁଟବଲ୍ ଏକାଡେମୀକୁ ୨-୦ ଗୋଲରେ ହରାଇ ସୁବର୍ଣ୍ଣପୁର ରିଜର୍ଭ ପୋଲିସ ଦଳ ବିଜୟୀ ହୋଇଛି । ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ ବିଜୟୀ ଦଳର ୧୦ ନମ୍ୱର ଜର୍ସି କବି ମିସ୍ତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଆଜି ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଉପ ଜିଲ୍ଲାପାଳ ଡ଼. ସୌମ୍ୟରୂପା ରଥ, ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ୱାଇଁ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଜିଲ୍ଲା କ୍ରିକେଟ୍ ସଂଘ ସଭାପତି ରାମ ଶଙ୍କର ସାହୁ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଖେଳାଳି କବି ମିସ୍ତ୍ରୀଙ୍କୁ ପୁରସ୍କୃତ କରିଥିଲେ । ମୁଖ୍ୟ ରେଫରୀ ଭାବେ ସଞ୍ଜୀବ କୁମାର ସାହୁ, ସୁଶାନ୍ତ ବାଗ, ସୁଦାମ ଜଗଦଲା, ଅନିତା ମହାନନ୍ଦ ଖେଳ ପରିଚାଳନା କରିଥିଲେ । ମ୍ୟାଚ୍‌ କମିସନର ଭାବେ ଭୁକୁଲୁ ବକ୍ସି ଦାୟିତ୍ୱ ନିର୍ବାହ କରିଥିଲେ । କ୍ରୀଡ଼ା ସଂଘ ଉପସଭାପତି ଚିତ୍ତ ରଞ୍ଜନ ତରାସିଆ, ବରିଷ୍ଠ ସଦସ୍ୟ ତଥା ଭେଟରାନ ଖେଳାଳି ଆଦିତ୍ୟ କିଶୋର ଦାନୀ, ପଦ୍ମନାଭ ଧରୁଆ, ଅଖୁଜ ବକ୍ସି, ଗଣେଶ ରାମ ମେହେର, ଏମଡି ମୁସଲିମ, ଧରଣୀଧର ନାଏକ୍, ମନୋଜ୍ ବାଗ, ବାବୁଲା ବେବର୍ତ୍ତା ପ୍ରମୁଖ ଭେଟରାନ ଖେଳାଳି ମଞ୍ଚରେ ଉପସ୍ଥିତ ଥିଲେ । ଦିଗାମ୍ବର ଶତପଥୀ ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ କ୍ରୀଡ଼ା ସଂଘ ବରିଷ୍ଠ ସଦସ୍ୟ ମନୋରଞ୍ଜନ ତ୍ରିପାଠୀ ସଭା ପରିଚାଳନା କରିଥିଲେ । ପୀୟୂଷ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିକାଶ ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କ୍ରୀଡ଼ା ସଂଘର ସମସ୍ତ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.