jayashree

ଟିଟିଲାଗଡ ଅଗ୍ରୱାଲ ସେବା ସମିତି ପକ୍ଷରୁ କାଉଡିଆଙ୍କୁ ରହିବା ବ୍ୟବସ୍ଥା ସହ ଅନ୍ନପ୍ରସାଦ ବଣ୍ଟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଶ୍ରାବଣ ମାସରେ ହଜାର ହଜାର ସଂଖ୍ୟାରେ ବୋଲବମ କାଉଡ଼ିଆମାନେ ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ ଜଳ ଢାଳିବା ପାଇଁ ଟିଟିଲାଗଡକୁ ଆସିଥାନ୍ତି । ତେବେ ଏହି ସମୟରେ ସେମାନଙ୍କୁ ଦୀର୍ଘ ୨୯ ବର୍ଷ ହେଲା ଟିଟିଲାଗଡ ଅଗ୍ରୱାଲ ସେବା ସମିତି ପକ୍ଷରୁ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ବୋଲବମ ଭକ୍ତ ମାନଙ୍କ ପାଇଁ ରହଣିର ବ୍ୟବସ୍ଥା ସହ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଉଛି । ଯାହାକି ଶିବ ଭକ୍ତଙ୍କ ମନରେ ଅତି ଆନନ୍ଦ ଦେଖିବାକୁ ମିଳିଥିଲା । ତେବେ ଆଜିର ଏହି ସେବା ପ୍ରଦାନ କରିବା ପାଇଁ ସ୍ୱର୍ଗତ ମଦନ ଗୋପାଳ ଗୋଏଲଙ୍କ ସ୍ମୃତିରେ ଦେବା ପାଇଁ ସ୍ଥିର କରିଥିଲେ । ସନ୍ଧ୍ୟାରେ ଗୋଏଲ ପରିବାରର ବଡ ପୁଅ ନବୀନ ଗୋଏଲ, ବୋହୂ, ନାତି ନାତୁଣୀ ମନଙ୍କ ସହିତ ଅଗ୍ରୱାଲ ସେବା ସମିତିର ସଭାପତି ବିନୋଦ ମରୋଡିଆ, ସମ୍ପାଦକ ଆଶିଷ ଅଗ୍ରୱାଲ, କୋଷାଧକ୍ଷ ରାଜେଶ ଅଗ୍ରୱାଲ, ପ୍ରକାଶ ଅଗ୍ରୱାଲ, ସମିତିର ବରିଷ୍ଠ ସଦସ୍ୟ ସତ୍ୟନାରାୟଣ ଗୁପ୍ତା, ଦଶରଥ ବଂଶଲ, ଓମ ପ୍ରକାଶ କନୋଡ଼ିଆ, ରମେଶ କାନୋଡ଼ିଆ, ପଙ୍କଜ ବିର୍ମିୱାଲ, ଗଣେଶ ବାବୁ ଅଗ୍ରୱାଲ, ଯୁଗଳ ଗୋଏଙ୍କା, ପପୁ ଅଗ୍ରୱାଲଏହି ସେବା କାର୍ଯ୍ୟ ପରିଚାଳନା କରିବା ପାଇଁ ସହଯୋଗ କରିଥିଲେ । ଶିବ ପ୍ରସାଦ ବେହେରା, ସାରଦା ରାଓ, ବିଜୟ ମେହେର, ଶଙ୍କର ରାଓ ପ୍ରମୁଖ ବଣ୍ଟନ ସହ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.