ଉପଜିଲ୍ଲାପାଳଙ୍କ ନୃସିଂହନାଥ ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ନୃସିଂହନାଥ ପରିଦର୍ଶନରେ ଯାଇ ମନ୍ଦିର ପରିସର ମଧ୍ୟରେ ମନ୍ଦିରର ସେବାୟତ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ସେବାୟତ ତଥା କର୍ମଚାରୀମାନେ ତାଙ୍କର ଅଭାବ ଅସୁବିଧା ତଥା ଆର୍ଥିକ ସମସ୍ୟାର ସମାଧାନ ନିମନ୍ତେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ସାତ ମାସ ହେବ କୋଭିଡ-୧୯ କଟକଣା ଯୋଗୁଁ ବନ୍ଦ ରହିଛି । ଅଳ୍ପ ସଂଖ୍ୟକ ସେବାୟତମାନେ କେବଳ ମନ୍ଦିରର ରୀତି ନୀତି ଅନୁସାରେ କାର୍ୟ୍ୟ ସଂପାଦନ କରି ଆସୁଛନ୍ତି ।

ଏହି ଆଲୋଚନା ସମୟରେ ପାଇକମାଲ ବିଡିଓ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୁରେନ୍ଦ୍ର ମେହେର, ପାଇକମାଲ ତହସିଲଦାର ମନୋଜ କୁମାର ମେହେର, ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବରିଷ୍ଠ ସେବାୟତ ସୁବୋଧ ପଣ୍ତା, ନରସିଂହ ହୋତା ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ପରେ ଉପଜିଲ୍ଲାପାଳ ଦରୱାନ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନକୁ ଯାଇ ଚିକିତ୍ସାଳୟର ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କର ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଚିକିତ୍ସାଳୟରେ ହେଉଥିବା ଚିକିତ୍ସା ବ୍ୟବସ୍ଥା ଉପରେ ଉପଜିଲ୍ଲାପାଳ ଚିକିତ୍ସକମାନଙ୍କ ଠାରୁ ପଚାରି ବୁଝିବା ସହିତ ସେମାନଙ୍କର ସେବାକାର୍ୟ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.