pakka

ଦଳପୋଷଠାରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସେଲ୍ ଆର୍‌ଏସ୍‌ପି ପକ୍ଷରୁ ମଡେଲ୍ ଗ୍ରାମର ମାନ୍ୟତା ପାଇଥିବା ଦଳପୋଷଠାରେ ଦୀପିକା ମହିଳା ସଂହତି ଦ୍ବାରା ଏକ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଇସ୍ପାତ କାରଖାନାର ସମାଜ କଲ୍ୟାଣ ବିଭାଗ ଓ ଦୀପିକା ମହିଳା ସଂହତିର ମିଳିତ ଆନୁକୂଲ୍ୟରେ ଏହି ସେବା କାର୍ୟ୍ୟକ୍ରମ ସଂପନ୍ନ ହୋଇଥିଲା । ଏଥିରେ ପ୍ରାୟ ୧୮୦ଜଣ ଗ୍ରାମବାସୀ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସଂପ୍ରତି କରୋନା ଓ ଓମିକ୍ରନକୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମ ସହ ମାସ୍କ, ସାନିଟାଇଜର ଓ ମହିଳାମାନଙ୍କୁ ସାନିଟାରୀ ନାପକିନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ସଂହତିର କାର୍ୟ୍ୟକାରୀ ସଭାପତି ଇନ୍ଦ୍ରାଣୀ କୁଣ୍ଡୁ, ଉପସଭାପତି ହର୍ଷିତା ସୂର୍ୟ୍ୟବଂଶୀ ଓ ହୀରଣ୍ମୟୀ ଶତପଥୀ, ସାଧାରଣ ସଂପାଦିକା ନମିତା ମହାପାତ୍ର, ସହସଂପାଦିକା ଅସୀମା ମିଶ୍ର, ସମାଜ କଲ୍ୟାଣ ବିଭାଗର ଉପମହାପ୍ରବନ୍ଧକ ଡି.ପ୍ରଧାନ, ଡାକ୍ତର ଉଷା ନାୟକ, ଫର୍ମାସିଷ୍ଟ ରାକେଶ ସିଂଙ୍କ ପ୍ରମୁଖ ଏହି ସ୍ୱାସ୍ଥ୍ୟ ସେବା ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

four × one =