pakka

ଆସନ୍ତୁ ଜାଣିବା, ବଲାଙ୍ଗିର ଜିଲ୍ଲାର କେଉଁଠୁ କେତେ ନୂଆଁ କରୋନା ସଂକ୍ରମିତ ଚିହ୍ନଟ ହେଲେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୬ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ବୁଦୁଲା ଗ୍ରା.ପ., ସାଲେଭଟା ଗ୍ରା.ପ.ରୁ ଜଣେ ଲେଖାଏଁ ଓ ବେନ୍ଦ୍ରାରୁ ୨ ଜଣ, ବଲାଙ୍ଗିର ବ୍ଲକ କୁଡାସିଙ୍ଘା ଗ୍ରା.ପ.ରୁ ଜଣେ, ବାରପୁର୍‌ଗିଆ ଗ୍ରା.ପ.ରୁ ଜଣେ ଓ ଚନ୍ଦନଭାଟି, ଚୁଡାପାଲି, ସକମା ଗ୍ରା.ପରୁ ୨ ଜଣ ଲେଖାଏଁ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୪, ୮,୧୧, ୧୨ ଓ ୧୯ରୁ ଜଣେ ଲେଖାଏଁ, ୱାର୍ଡ ନମ୍ବର ୧, ୩, ୯, ୧୩, ୧୭ ଓ ୨୧ରୁ ୨ ଜଣ ଲେଖାଏଁ, ୱାର୍ଡ ନମ୍ବର ୫ରୁ ୪ ଜଣ, ୱାର୍ଡ ନମ୍ବର ୭ରୁ ୩ ଜଣ, ୱାର୍ଡ ନମ୍ବର ୨୦ ରୁ ୫ ଜଣ, ୱାର୍ଡ ନମ୍ବର ୧୦, ୧୪, ୧୫ରୁ ୭ ଜଣ ଲେଖାଏଁ, ୱାର୍ଡ ନମ୍ବର ୨ରୁ ୮ ଜଣ ଏବଂ ୱାର୍ଡ ନମ୍ବର ୧୮ରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ଓ ଗନ୍ଧର୍ଲା ଗ୍ରା.ପ.ରୁ ଜଣେ ଲେଖାଏଁ, ବେଲପଡା ବ୍ଲକ ସିହିନୀ ଗ୍ରା.ପ.ରୁ ଜଣେ ଓ ବେଲପଡା ଗ୍ରା.ପ.ରୁ ୫ ଜଣ, ଦେଓଗାଁ ବ୍ଲକ ସାଲେପାଲି, ମହଲାଇ, ବଡବନ୍ଧ ଗ୍ରା.ପ.ରୁ ଜଣେ ଲେଖାଏଁ, ଗାଈବାହାଲ ଗ୍ରା.ପ.ରୁ ୩ ଜଣ ଓ ଦେଓଗାଁ ଗ୍ରା.ପ.ରୁ ୫ ଜଣ, ଗୁଡଭେଲା ବ୍ଲକ ତେତେଲଖୁଣ୍ଟି, ଘୁନା ଓ ରୁଷୁଡା ଗ୍ରା.ପ.ରୁ ଜଣେ ଲେଖାଏଁ ଏବଂ ଗୁଡଭେଲା ଗ୍ରା.ପ.ରୁ ୩ ଜଣ, ଖପ୍ରାଖୋଲ ବ୍ଲକ ପଡିଆବାହାଲ, ବାଘମୁଣ୍ଡ ଓ ହରିଶଙ୍କର ଗ୍ରା.ପ.ରୁ ଜଣେ ଲେଖାଏଁ, ଖପ୍ରାଖୋଲ ଗ୍ରା.ପ.ରୁ ୩ ଜଣ ଏବଂ ଲାଠୋର ଗ୍ରା.ପ.ରୁ ୪ ଜଣ, ଲୋଇସିଂହା ବ୍ଲକ ବୁଢୀପଦର, କନ୍ଦାଜୁରୀ ଓ ଶରଗାଡ ଗ୍ରା.ପ.ରୁ ଜଣେ ଲେଖାଏଁ, ହୀରାପୁର ଗ୍ରା.ପ.ରୁ ୨ ଜଣ, ଯୋଗୀସର୍ଡା ଗ୍ରା.ପ.ରୁ ୩ ଜଣ ଓ ଲୋଇସିଂହା ଗ୍ରା.ପ.ରୁ ୧୩ ଜଣ, ମୁରିବାହାଲ ବ୍ଲକ ମୁରିବାହାଲ ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ ତେଣ୍ଡାପଦର ଗ୍ରା.ପ.ରୁ ଜଣେ ପୁଇଁନ୍ତଲା ବ୍ଲକ ଆଠଗାଁ ଗ୍ରା.ପ.ରୁ ଜଣେ ଓ ପୁଇଁନ୍ତଲା ଏବଂ ସାଉନ୍ତପୁର ଗ୍ରା.ପ.ରୁ ୨ ଜଣ ଲେଖାଏଁ, ସଇଁନ୍ତଲା ବ୍ଲକ ସଇଁନ୍ତଲା ଓ ଭଦ୍ରା ଗ୍ରା.ପ.ରୁ ଜଣେ ଲେଖାଏଁ, ବଡମାଲ ଗ୍ରା.ପ.ରୁ ୬ ଜଣ, ଟିଟିଲାଗଡ ବ୍ଲକ ଜଗୁଆ ଓ ଅଡାବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ନାରେନ, ଖୋଲାନ୍‌, ଲୁଥୁରବନ୍ଧ, ପରାସରା, କୁଶକେଲା ଓ ମାର୍ଲାଡ ଗ୍ରା.ପ.ରୁ ୨ ଜଣ ଲେଖାଏଁ, ତୁରେକେଲା ବ୍ଲକ ଧାମନ୍‌ଡଙ୍ଗା ଓ ଚଉଲସୁଖା ଗ୍ରା.ପ.ରୁ ଜଣେ ଲେଖାଏଁ ସଂକ୍ରମଣର ଶିକାର ହୋଇଛନ୍ତି । ଆହୁରି କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନମ୍ବର ୧, ୫ ଓ ୧୪ ରୁ ଜଣେ ଲେଖାଏଁ, ପାଟଣାଗଡ ଏନ୍‌ଏସି ୱାର୍ଡ ନମ୍ବର ୬ରୁ ଜଣେ, ୱାର୍ଡ ନମ୍ବର ୫, ୯, ୧୦ରୁ ୨ ଜଣ ଲେଖାଏଁ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୨, ୩, ୫, ୮, ୧୦ ଓ ୧୧ରୁ ଜଣେ ଲେଖାଏଁ, ୱାର୍ଡ ନମ୍ବର ୪, ୭, ୯ରୁ ୨ ଜଣ ଲେଖାଏଁ, ୱାର୍ଡ ନମ୍ବର ୧ରୁ ୩ ଜଣ ଏବଂ ୱାର୍ଡ ନମ୍ବର ୧୫ରୁ ୧୦ ଜଣ, ତୁରେକେଲା ଏନ୍‌ଏସି ୱାର୍ଡ ନମ୍ବର ୧, ୫ ଓ ୧୧ ରୁ ଜଣେ ଲେଖାଏଁ, ୱାର୍ଡ ନମ୍ବର ୩ରୁ ୨ ଜଣ ଏବଂ ୱାର୍ଡ ନମ୍ବର ୭ରୁ ୪ ଜଣ ସଂକ୍ରମିତ ହୋଇଛନ୍ତି ।

jay balangir
Leave A Reply

Your email address will not be published.

2 + 18 =