pakka

ଦେଓଗାଁ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ସୁରଭି ଉଦ୍‌ଯାପିତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଦେଓଗାଁ ବ୍ଲକ ସାଲେପାଲି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩ଟି ଦଳ ଗଠନ କରାଯାଇଥିଲା । ଚତୁର୍ଥରୁ ସପ୍ତମ କନିଷ୍ଠ, ଅଷ୍ଟମରୁ ଓ ଦଶମକୁ ବରିଷ୍ଠ ଏବଂ ଯୁକ୍ତ ଦୁଇ ୧ମ ଓ ୨ୟ ବର୍ଷର ଛାତ୍ର, ଛାତ୍ରୀଙ୍କୁ ସୁପର ସିନିୟର ଭାବେ ଭାଗ କରାଯାଇଥିଲା । ଦେଓଗାଁ ବ୍ଲକର ୧୫ଟି କ୍ଲଷ୍ଟର ସ୍ତରରେ ବିଜୟ ଲାଭ କରିଥିବା ଛାତ୍ର, ଛାତ୍ରୀମାନେ ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପ୍ରତି କ୍ଲଷ୍ଟରେ ୩୩ ଜଣ ଲେଖାଏଁ ୪୯୫ ଜଣ ଭାଗ ନେଇଥିବା ପ୍ରତିଯୋଗୀ ମଧ୍ୟରୁ ୮୧ଜଣ ପ୍ରତିଯୋଗୀଙ୍କୁ ବ୍ଲକରେ ବିଜେତା ଭାବେ ସମ୍ମାନୀତ କରାଯାଇଥିଲା । ଉଦ୍‌ଯାପନୀ ଦିବସର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ତହସିଲଦାର ଯୁଗଳକିଶୋର ବିଶ୍ୱାଲ ଯୋଗଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ସିନେକଳାକାର ତଥା ବ୍ରାହ୍ମଣୀଜୋର ଉନ୍ନିତ ଉଚ୍ଚ ବିଦ୍ୟାଳୟର ପଧାନ ଶିକ୍ଷକ ରତନ ମେହେର ଯୋଗଦେଇଥିବା ବେଳେ ସାଲେପାଲି ଜେବିବିଏସ୍‌ଏନ୍‌ର ଅଧ୍ୟକ୍ଷ ଡ.ସୁଧାଂଶୁ ଭୂଷଣ ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଦେଓଗାଁ ଗୋଷ୍ଠି ଶିକ୍ଷା ଅଧିକାରୀ ମମତା ମହାଡ଼ିକ ଓ ବିଆସିସି ଅଜିତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୧୫ଟି କ୍ଲଷ୍ଟରର ସମସ୍ତ ସିଆର୍‌ସିସି ସହଯୋଗ କରିଥିଲେ । ବ୍ଲକ ସ୍ତରରେ ବିଜେତା ହୋଇଥିବା ଛାତ୍ର, ଛାତ୍ରୀମାନେ ଆସନ୍ତା ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରର ପ୍ରତି ଯୋଗିତାରେ ଭାଗ ନେବାକୁ ଚୟନ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

twelve − 9 =