pakka

ବରଗଡ଼ରେ ଜିଲ୍ଲାସ୍ତରୀୟ ରେଡକ୍ରସ ପ୍ରଶିକ୍ଷଣ ଶିବିର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ଡିଗ୍ରୀ ମହା ବିଦ୍ୟାଳୟରେ ବରଗଡ଼ ଜିଲ୍ଲା ଯୁବ ରେଡ଼୍‌କ୍ରସର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଯୁବ ରେଡ଼୍‌କ୍ରସ ସଂଯୋଜକ ପରମାନନ୍ଦ ରଥ ଯୋଗଦାନ କରି କିଭଳି ଭାବେ ଶିବିରଟି କରାଯିବ ତାହା କହିଥିଲେ । ଏହି ବୈଠକରେ ବରଗଡ଼ ଜିଲ୍ଲାର ପ୍ରାୟ ୫୦ଟି ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀ ଯୋଗଦେବାର ସୂଚନା ରହିଛି । ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଗତ ବର୍ଷ ଜମଲା ଡିଗ୍ରୀ ମହାବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ରେଡ଼୍‌କ୍ରସ୍‌ ପ୍ରଶିକ୍ଷଣ ଶିବିର ହୋଇଥବା ବେଳେ ଏ ବର୍ଷ ଜିଲ୍ଲାସ୍ତରୀୟ ଯୁବ ରେଡ଼୍‌କ୍ରସ୍‌ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଏହି ପ୍ରସ୍ତୁତି ବୈଠକଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସ୍ୱାଧୀନ ଚନ୍ଦ୍ର ପଧାନଙ୍କ ଅଧ୍ୟକ୍ଷତାରେ ହୋଇଥବା ବେଳେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ରେଡ଼୍‌କ୍ରସ୍‌ କାଉନ୍‌ସିଲର୍‌ ମାନେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ଯୁବ ରେଡ଼୍‌କ୍ରସ୍‌ ସଂଯୋଜକ ପରମାନନ୍ଦ ରଥଙ୍କ ସମେତ କାଉନ୍‌ସିଲର୍‌ ଯଥା :- ମାନଭଞ୍ଜନ ପାଣିଗ୍ରାହୀ, ସଦାନନ୍ଦ ସେଠ୍‌, ପ୍ରମୋଦ ପାଣିଗ୍ରାହୀ, ଜତୀନ କୁମାର ସାହୁ, ଜୟକେତନ ତ୍ରିପାଠୀ, ଡ. ଖ୍ୟାତିମୟ ତ୍ରିପାଠୀ, ବିରଜା ପ୍ରସାଦ ଦଲପତି ଏବଂ ଚିନ୍ମୟୀ ପଧାନ ପ୍ରମୁଖ ଯୋଗଦେଇଥିଲେ । ଜମଲା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ପୌଲସ୍ତ୍ୟ ସାହା, ଆଶିଷ କୁମାର ଭୋଇ ଏବଂ ପ୍ରିୟଙ୍କା ବେହେରା ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପରିଶେଷରେ ଯୁବ ରେଡ଼୍‌କ୍ରସ୍‌ କାଉନ୍‌ସିଲର ସଦାନନ୍ଦ ସେଠ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

ten − 6 =

error: Content is protected !!