pakka

ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପାର୍ବଣର ଆଜି ତ୍ରୟୋଦଶ ଦିବସରେ ଅମ୍ବିକା ବେଶରେ ଦେବୀ ଦର୍ଶନ

bbehera

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପାର୍ବଣ ସାମାରୋହର ଆଜି ତ୍ରୟୋଦଶ ଦିବସରେ ପହଞ୍ଚିଛି । ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ହୋଇ ଆସୁଥିବା ଦେବୀଙ୍କ ଚଳିତବର୍ଷର ଷୋଳଦିନାତ୍ମକ ପୂଜା ଏକ ଚର୍ଚ୍ଚିତ ଇତିହାସର ଗାରିମା ପହଞ୍ଚାଇଛି । ଦେବୀଙ୍କ ଏହି ପାର୍ବଣ ସମ୍ଭାର ଭକ୍ତଜନଙ୍କୁ ନୂତନ ଦିଗନ୍ତରେ ଆଧ୍ୟାତ୍ମିକ ବାତାବରଣର ସହ ଏକ ନିଆରା ଆଲୌକିକ ଭବାନା ଆଣିଦେଇଛି । ଆଜି ସନ୍ଧ୍ୟାରେ ମା’ଙ୍କ ସ୍ୱତନ୍ତ୍ର ନୀତିକାନ୍ତି ପଦ୍ଧତି ଅନୁଷ୍ଠିତ ହୋଇ ଆଜି ମାରାମଚଣ୍ଡୀ ଅମ୍ବିକା ବେଶରେ ଦର୍ଶନ ଦେବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି, ଆଜି ପବିତ୍ର ଗର୍ଭଣା ସଂକ୍ରାନ୍ତି ହେତୁ ପ୍ରବଳ ଜନସମାଗମ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ପରିଚାଳନା କମିଟି ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ଗର୍ଭଣା ସଂକ୍ରାନ୍ତି ଅବସରରେ ବିଭିନ୍ନ ଦେବୀ ପୀଠରେ ଓ ଶକ୍ତିପୀଠମାନଙ୍କରେ ଆଜି ଶିବ ଓ ଦେବୀ ପାର୍ବତୀଙ୍କ ଆବାହନ କରାଯାଇ ଶକ୍ତି ପ୍ରଦାୟିନୀଙ୍କ ପାର୍ବଣ ସମ୍ଭାରକୁ ପୂଜା, ପଢ଼ିଆରୀ, ପଣ୍ଡିତଗଣଙ୍କ ଦ୍ୱାରା ବେଦମନ୍ତ୍ର ଧ୍ୱନିରେ ଅଧିକ ରୁଦ୍ଧିମନ୍ତ କରି ଗଢ଼ି ତୋଳିଆଣିବ । ଯାହାକି ଆଜିର ଦିବସରେ ଦେବୀଙ୍କର ସ୍ୱତନ୍ତ୍ର ଦର୍ଶନରେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଶାସ୍ତ୍ର ଵିଧିମତେ କୁହାଯାଏ । ମଙ୍ଗଳବାର ଦ୍ୱାଦଶ ଦିନରେ ଦେବୀ ସର୍ବମଙ୍ଗଳା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ଦୈନନ୍ଦିନ ଆଳତୀ, ଚଣ୍ଡୀପାଠ, ହୋମ ଏବଂ ମହାପୂଜା ସହ ସକାଳୁ ସୂର୍ଯ୍ୟପୂଜା, ପାର୍ଶ୍ଵ ଦେବାଦେବୀଙ୍କ ପୂଜା ସମାହିତ ହୋଇଥିଲା । ଭକ୍ତମାନେ ମାନସିକ କରି ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳିତ କରିଛନ୍ତି । ଏଥିପାଇଁ ଟ୍ରଷ୍ଟ ଓ କମିଟି ପକ୍ଷରୁ ସମସ୍ତ ବିଧିବଦ୍ଧ ବ୍ୟବସ୍ଥା କରାଯାଇଛି । ପଣ୍ଡିତ ବିଜୟ ତ୍ରିପାଠୀ, କର୍ତ୍ତା ଦିବାକର ଦାଶ ପୂଜାକର୍ମରେ ସକ୍ରୀୟ ଅଂଶଗ୍ରହଣ କରିଆସୁଛନ୍ତି । ପୂଜା କାର୍ଯ୍ୟ ରାତ୍ର ୧୦-୩୦ରେ ଶେଷହେଉଛି । ସ୍ଥାନୀୟ ସରପଞ୍ଚ ଅଜୟ କୁମାର ନାୟକ, ଟ୍ରଷ୍ଟ ସଦସ୍ୟ ଟୁଲୁ ପଣ୍ଡା, ପଞ୍ଚାୟତବାସୀ ପୂଜା ପରିଚାଳନାରେ ଅକୁଣ୍ଠ ସହଯୋଗ କରୁଛନ୍ତି । ପ୍ରତ୍ୟହ ରାତିରେ ବହୁସଂଖ୍ୟକ ଭକ୍ତ ଦେବୀଙ୍କ ପ୍ରସାଦ ସେବନ କରୁଛନ୍ତି । କମିଟିର ସଂଯୋଜକ କମଲ ପଣ୍ଡା ସମ୍ପାଦକ ରବିନ୍ଦ୍ରକୁମାର ପଣ୍ଡା ପ୍ରମୁଖଙ୍କ ସକ୍ରୀୟ ସହଯୋଗକୁ ପ୍ରଶଂସା କରିଛନ୍ତି ।

jay balangir
Leave A Reply

Your email address will not be published.

two × five =

error: Content is protected !!