
କୁଚିଣ୍ଡା : (ସମ୍ବଲପୁର) ବରଗଡ଼ ଜିଲ୍ଲା କୁମ୍ଭାରୀରେ ଜନ୍ମିତ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ସାହିତ୍ୟ, ବିଶେଷ କରି ନାଟ୍ୟ ସାହିତ୍ୟ ସମ୍ପର୍କରେ ଏକ ଆଲୋଚନା ସଭା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବ୍ୟଙ୍ଗ କବି ପ୍ରମୋଦ ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ନାଟ୍ୟ ମହର୍ଷିଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରି ସେ ସମ୍ବଲପୁରୀ ନାଟକର ଜନକ ଥିଲେ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ଚୌଧୁରୀ, କବି ରଜନୀ ପଟେଲ, ରାଜ୍ୟ ପୁରସ୍କୃତ ଶିକ୍ଷୟିତ୍ରୀ ତୁଳସୀ ମଞ୍ଜରୀ ବହିଦାର, ପ୍ରକୃତିବନ୍ଧୁ ସୁଗତ ପଟେଲ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ନାଟ୍ୟ ମହର୍ଷିଙ୍କ ସହ ଗାନ୍ଧୀ ମଣିଷ ଭାବରେ ଚର୍ଚ୍ଚିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ ଦୋଳ ଗୋବିନ୍ଦ ପଧାନଙ୍କ ଜୟନ୍ତୀ ଉପଲକ୍ଷେ ଉଭୟଙ୍କ ତୈଳଚ୍ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଉଭୟଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରବୀନ୍ଦ୍ର କୁମାର ଦାସ, ସାମାଜିକ କର୍ମୀ ବିଜୁ ସାହୁ, ସରୋଜ ମେହେର, ଶିକ୍ଷିକା ରେଣୁକା ଶର୍ମା, ନରେନ୍ଦ୍ର କୁମାର ବାଘ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସଭାପତି ଶ୍ରୀ ନାୟକ ତାଙ୍କ ସଭାପତି ଅଭିଭାଷଣରେ ଉଭୟ ମହାପୁରୁଷଙ୍କ ଲେଖା ଓ ସ୍ୱାଧୀନତା ସଂଗ୍ରାମୀରେ ଯୋଗଦାନର ଉଚ୍ଚ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଉତ୍ସବର ଆବାହିକା ରଜନୀ ପଟେଲ ସ୍ୱାଗତ ଜଣାଇଥିବା ବେଳେ ଶେଷରେ ବିଜୟକୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।